
ବୌଦ୍ଧ : ବୌଦ୍ଧ ଏନ୍ଏସି ଅଧୀନରେ ଥିଲେ ସୁଦ୍ଧା ମର୍ଜାକୁଦବାସୀଙ୍କ ପ୍ରଗତିର ବାଧକ ସାଜିଛି ମହାନଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ବୌଦ୍ଧଗଡ଼ ଏନ୍ଏସିର ୧୩ ଓ ୧୪ ନମ୍ବର ୱାର୍ଡ। ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁର ନିର୍ମାଣ କାମ ଚାଲିଛି। ବିଭିନ୍ନ କାରଣରୁ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଥିଲେ ସୁଦ୍ଧା ଚଳିତ ବର୍ଷ ନଦୀରେ ପାଣି ଆସିବା ପୂର୍ବରୁ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତେବେ ନଦୀରେ ପାଣି ଆସିବା ପରେ କାମ ବନ୍ଦ ରହିଛି।
ମର୍ଜାକୁଦବାସୀ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି। ସେତୁ ନିର୍ମାଣ ଦାୟିତ୍ବରେ ଥିବା ପିଡବ୍ଲୁଡି ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ମନୋଜ ତ୍ରିପାଠୀ ଆସି ସେତୁର ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ମେ’ ମାସ ସୁଦ୍ଧା ନିର୍ମାଣ କାମ ଶେଷ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି।
The post ମର୍ଜାକୁଦ ସେତୁ ପରିଦର୍ଶନ କଲେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ୨୦୨୨ ମେ ମାସ ସୁଦ୍ଧା ସଂପୂର୍ଣ୍ଣ କରିବା ଲକ୍ଷ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3i7fj9k
0 Comments