ଯାଜପୁର  : ମୌସୁମୀ ବର୍ଷା ଯୋଗୁ ବୈତରଣୀରେ ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ଆସିଛି। ଶନିବାର ସଂଧ୍ୟା ସୁଦ୍ଧା ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ୧୭.୯୪ ମିଟର ଉପରେ ପ୍ରବାହିତ ହେଉଛି। ‌

ବୈତରଣୀର ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବା ଯୋଗୁଁ ବନ୍ୟା ଜଳ ନଦୀରେ ଆସିଛି। ଗତ ମାସରୁ ବର୍ଷା ପରିମାଣ ଖୁବ କମ୍ ହୋଇଥିବାରୁ ବିଲବାଡ଼ି ସହିତ ନଦୀନାଳ ମଧ୍ୟ ଶୁଖିଲା ପଡ଼ିଥିଲା। ପାଣିିପାଗ ବିଭାଗ ସୂଚନା ଅନୁଯାଇ ଯଦି ଲଘୁଚାପଜନିତ ମୌସୁମୀ ବର୍ଷା ଲାଗି ରହେ ‌ବନ୍ୟା ଆଶଙ୍କା ବୃଦ୍ଧି ପାଇବ ବୋଲି କୁହାଯାଇଛି। ‌ତେବେ ବନ୍ଧବାଡ଼ ମରାମତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ବେଳେ ନଦୀରେ ବନ୍ୟାଜଳ ପ୍ରବାହ ଖବର ନଦୀକୂଳିଆ ଅଞ୍ଚଳବାସୀଙ୍କୁ ବିବ୍ରତ କରିଛି।

The post ଆଖୁଆପଦାଠା‌ରେ ବିପଦ ସଙ୍କେତ ଉପରେ ବୈତରଣୀ first appeared on Sambad.

from ଜିଲ୍ଲା | Sambad https://ift.tt/3iI8mKX