ରାଜଗାଙ୍ଗପୁର : ରାଜଗାଙ୍ଗପୁରରେ ଧଳା ଜହର(ବ୍ରାଉନ୍‌ ସୁଗାର୍) କରବାରର ପର୍ଦାଫାସ ହୋଇଛି। ରାଜଗାଙ୍ଗପୁର ପୁଲିସ ସହରର ଜାମପାଲିରେ ଚଢଉ କରି ୧୫.୭୦୦ ମିଲିଗ୍ରାମ ଧଳା ଜହର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ। ଏହା ସହ ସେମାନେ ବ୍ୟବହାର କରୁଥିବା ଗୋଟିଏ ସ୍କୁଟି ୨ଟି ମୋଟର ବାଇକ୍‌ ଓ ୪ଟି ମୋବାଇଲ ଫୋନ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ବ୍ରାଉନସୁଗାର ଚୋରା ଚାଲାଣ ହୋଉଥିବା ନେଇ ସୂଚନା ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଗତ କାଲି ରାତିରେ ସହରର ଜାମପାଲି ବାଇପାସ୍ ଠାରେ ଚଢ଼ଉ କରିଥିଲେ। ବ୍ରାଉନ୍‌ସୁଗାର୍ ବିକ୍ରି ପାଇଁ ଯାଉଥିବାବେଳେ ପୁଲିସ ଚଢଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ଏକ ସ୍କୁଟି ଓ ୨ଟି ମୋଟର ବାଇକ୍‌ ସହ ୫ଜଣ କାରବାରୀଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୧୫.୭୦୦ ମିଲିଗ୍ରାମ ବ୍ରାଉନ ସୁଗାର ସହ ୫୧ ହଜାର ୨୧୦ ଟଙ୍କା ମଧ୍ୟ ଜବତ କରିଥିଲେ। ଅଭିଯୁକ୍ତମାନେ ରାଜଗାଙ୍ଗପୁରର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରିଛି। ଏହା ସହିତ ପୁଲିସ ଏନ୍‌ଡିପିଏସ୍‌ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ବଡ଼ ମାଛଙ୍କୁ ଖୋଜୁଥିବା ଜଣାପଡ଼ିଛି। ଆଗକୁ ଖୋଳତାଡ଼ କଲେ ବଡ଼ ଏହି କାରବାରରେ ସମ୍ପୃକ୍ତ ବଡ଼ ମାଛ ମଧ୍ୟ ପୁଲିସ ଜାଲରେ ପଡିବେ ବୋଲି ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି।

ରାଜଗାଙ୍ଗପୁର ଥାନାଧିକାରୀଙ୍କ ତତ୍ତ୍ବାବଧାନରେ ଏସ୍‌ଆଇ ଖଗପତି ବିଶ୍ୱାଳ, ଏସ୍‌ଆଇ ମୁକୁନ୍ଦ ମୁରାରୀ ପାତ୍ର, ଏହି ଚଢଉରେ ସାମିଲ ଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲାବରଗଞ୍ଜର ଛୋଟୁ (୨୪), ଇଦଗା ମହଲ୍ଲା ଏମଡି ପପ୍ପନ(୩୦), ଭାଟିରୋଡ଼ ବବଲୁ ସମଶେର ଆଲମ (୩୪), ଦିଲ୍ଲବରଗଞ୍ଜର ଏମଡି ଜାଭେଦ (୩୫) ଭାଟ୍ଟାପଡାର ଏମଡି ଆବିଦ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

The post ରାଜଗାଙ୍ଗପୁରରେ ଧଳା ଜହର କାରବାର; ୫ ଗିରଫ, ୧୬ଗ୍ରାମ ବ୍ରାଉନ୍‌ସୁଗାର୍, ୫୧ ହଜାର ଟଙ୍କା ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3iGQfVX