
ବଲାଙ୍ଗୀର: ଶନିବାର ପୂର୍ବତନ ଫୁଟବଲ ଖେଳାଳି ରବିଚନ୍ଦ୍ର ପଟ୍ଟନାୟକ (୭୦ବର୍ଷ)ଙ୍କ ପରଲୋକ ହୋଇଯାଇଛି। ବଲାଙ୍ଗୀର ସହରର ତାଲପାଲିପଡ଼ା ବାସିନ୍ଦା ସ୍ୱର୍ଗତ ପଟ୍ଟନାୟକ ପୌର କାର୍ଯ୍ୟାଳୟରେ ଟ୍ୟାକ୍ସ କଲେକ୍ଟର କାର୍ଯ୍ୟ କରି ଅବସର ନେଇଥିଲେ। କିଛିଦିନ ତଳେ ସେ କୋଭିଡ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ। ଦୁଇଦିନ ତଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ କୁମୁଦିନୀ ପଟ୍ଟନାୟକ, ବଡ଼ଝିଅ ସବିତା, ମଝିଆ ଝିଅ ସଂଯୁକ୍ତା ଓ ସରିତା ଥିବା ବେଳେ ବଡ଼ ଜ୍ୱାଇଁ ବଲାଙ୍ଗୀରର ଫଟୋ ସାମ୍ବାଦିକ ସୁନୀଲ ମହାନ୍ତି, ଲୋକେଶ କାନୁନଗୋ, ପୁଅ ବଳରାମ ପଟ୍ଟନାୟକ, ସୁନୀଲ ପଟ୍ଟନାୟକ, ଲିଙ୍ଗରାଜ ପଟ୍ଟନାୟକ, ବିଘ୍ନରାଜ ପଟ୍ଟନାୟକଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ବଡ଼ପୁଅ କୃଷ୍ଣଚନ୍ଦ୍ର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।
The post ପୂର୍ବତନ ଫୁଟ୍ବଲ୍ ଖେଳାଳି ରବିଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3ARyBHl
0 Comments