ଭୋଗରାଇ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁମ୍ଭୀରଗଡ଼ି ପଞ୍ଚାୟତ ସ୍ଥିତ ବିଶ୍ବ ପ୍ରସିଦ୍ଧ ତଥା ସର୍ବବୃହତ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ବର ମହାଦେବଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାଟି ତଳୁ ୬୦ଟି କଂକ୍ରିଟ ପିଲାର ଉଠିବା ପରେ ତା ଉପରେ ବେସ କଂକ୍ରିଟ ଢଳାଇ କାର୍ଯ୍ୟ ଶେଷ ହୋଇଛି। ତେବେ ଆସନ୍ତା ୧୨ତାରିଖ ପବିତ୍ର ରଥଯାତ୍ରାରେ ଶୁଭାରମ୍ଭ ହେବ ଖଣ୍ଡଲାଇଟ ପଥର ଦ୍ୱାରା କଂକ୍ରିଟ ବେସ ଉପରେ ୧୦୮ ଫୁଟ ଉଚ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟ। ପଣ୍ଡିତ ସଭା ଦ୍ବାରା ଏହି ଶୁଭ ଦିବସ ନିର୍ଣ୍ଣୟ କରାଯାଇଥିଲା ବେଳେ ବାବା ଭୁଷଣ୍ଡେଶ୍ବର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ୪୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ ଏହି ମନ୍ଦିର। ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଖଣ୍ଡଲାଇଟ ପଥର ମନ୍ଦିର ନିର୍ମାଣସ୍ଥଳୀରେ ପହଞ୍ଚିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ମନ୍ଦିରର ପଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ଉତ୍ସବକୁ ସଫଳ କରିବା ସହ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଅନନ୍ତ ଦାସ, ନିର୍ବାହୀ ଅଧିକାରୀ ତଥା ଭେଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ସହ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଭୋଗରାଇବାସୀଙ୍କ ସମେତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।

The post ରଥଯାତ୍ରାରୁ ଆରମ୍ଭ ହେବ ବାବା ଭୁଷଣ୍ଡେଶ୍ବର ମନ୍ଦିର ନିର୍ମାଣ କାର୍ଯ୍ୟ first appeared on Sambad.

from ଜିଲ୍ଲା | Sambad https://ift.tt/3qRdhgt