
ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ଥାନା ମାଝିମୁଣ୍ଡା ଗ୍ରାମରେ ୪ ଜଣ ଦୁର୍ବୃତ୍ତ ଠେଲାପେଲା କରି ରିଭଲଭର ଦେଖାଇ ଆତଙ୍କ ସୃଷ୍ଟି କରିଥିବା ଥାନାରେ ଅଭିଯୋଗ ହୋଇଛି। କେଉଁ କାରଣରୁ ଦୁର୍ବୃତ୍ତ ମାନେ ଗାଁକୁ ପଶି ଆତଙ୍କ ସୃଷ୍ଟି କରିଥିଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ତେବେ ଟଙ୍କା କାରବାର କିମ୍ବା ପ୍ରେମ ବ୍ୟାପାରକୁ ନେଇ ଉକ୍ତ ଘଟଣା ଘଟିଥିବା ସନ୍ଦେହ କରାଯାଇଛି। ଗ୍ରାମର ନିଶାମଣି ବରିହାଙ୍କ ପୁଅ ବବଲୁ ବରିହାଙ୍କ ଅଭିଯୋଗକୁ ଆଧାର କରି ସୋନପୁର ଏସ୍ଡିପିଓ ପୁଷ୍ପାଞ୍ଜଳୀ ନିଙ୍ଗି ମାଝିମୁଣ୍ଡା ଯାଇ ତଦନ୍ତ କରିଛନ୍ତି।
ବବଲୁ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଗୁରୁବାର ଅପରାହ୍ନରେ ୪ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଫୋନ କରିଥିଲେ। ସେ ମନ୍ଦିର ଠାରେ କାମ କରୁଥିଲେ। ଦୁର୍ବୃତ୍ତଙ୍କ ପାଖକୁ ଆସିବା ବେଳେ ତାଙ୍କୁ ରିଭଲଭର ଦେଖାଇ ଭୟଭୀତ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟ ପକ୍ଷରେ ଗ୍ରାମର କେତେକ ବ୍ୟକ୍ତିଙ୍କ ସୂତ୍ରରୁ ପ୍ରକାଶ ଦୁର୍ବୃତ୍ତମାନେ ଗାଁରେ ଏକ ରାଉଣ୍ଡ ଗୁଳି ପୁଟାଇ ଭୟଭୀତ କରିଥିଲେ। ପୁଲିସ କିନ୍ତୁ ଗୁଳି ଫୁଟାଇବା ଘଟଣାକୁ ଅସ୍ବୀକାର କରିଛି। ଅଭିଯୁକ୍ତମାନେ ଖୁବ ଶିଘ୍ର ଧରା ପଡ଼ିବେ ବୋଲି ଏସ୍ଡିପିଓ ପ୍ରକାଶ କରି ତଦନ୍ତ ପରେ ସବୁ ରହସ୍ୟ ଜଣାପଡ଼ିବ ବୋଲି କହିଛନ୍ତି।
The post ମାଝିମୁଣ୍ଡାରେ ରିଭଲଭର ଦେଖାଇ ଦୁର୍ବୃତ୍ତଙ୍କ ଆତଙ୍କ first appeared on Sambad.from ଜିଲ୍ଲା | Sambad https://ift.tt/37s2fFi
0 Comments