
ଭୁବନେଶ୍ବର: ଟୋକିଓ ଅଲମ୍ପକ୍ସିରେ ଭାରତୀୟ ପୁରୁଷ ହକି ଦଳ ଆଜି ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ କ୍ରୀଡ଼ା ଓ ଯବୁସେବା ତଥା ଇଲୋକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାସହ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ହକି ପିଲାଙ୍କ ସହ ଉତ୍ସବ ପାଳନ କରିଛନ୍ତି। ଏହାସହ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହକି ପ୍ରେମୀମାନଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବାସହ ଗତ ୮ରୁ ୧୦ ବର୍ଷ ଧରି କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଞ୍ଚାଇ ପାରିଛି। ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ଏହାସହ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ୍, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତିା
The post ହକି ପିଲାଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ first appeared on Sambad.
from ଜିଲ୍ଲା | Sambad https://ift.tt/3jkGm0c
0 Comments