
କୋରାପୁଟ: ଖୋଲିବ କି କୋରାପୁଟ ଜିଲ୍ଲାର ରେଳ ପ୍ରକଳ୍ପର ଭାଗ୍ୟ? ଖୋଲିବ କି ରେଳ ସହ ଯୋଡି ହୋଇଥିବା କୋରାପୁଟ ବାଇପାସର ଭାଗ୍ୟ? କୋରାପୁଟ ଜିଲ୍ଲାରେ ଏକାଧିକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଇଷ୍ଟକୋଷ୍ଟ ରେଳବାଇର ବରିଷ୍ଠ ଅଧିକାରୀ। ଆଜି ସକାଳୁ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚି ଥିଲେ ଡିଆରଏମ ଅନୁପ କୁମାର ସାହୁ, ଡିଓଏମଜି. ସୁନୀଲ କୁମାର, ବରିଷ୍ଠ ଡିଇଏନ୍ ଅଖିଲେଶ ତ୍ରିପାଠୀ, ସି.ଏଚ ରଘୁବିରା, ସିଏଚ. ଶ୍ରୀନିବାସ ରାଓ ଓ ଡିବି ମିଶ୍ରା। ଆସନ୍ତା ୧୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସିବାର କାର୍ଯ୍ୟକ୍ରମ ରହିଥିବାବେଳେ ବିଭିନ୍ନ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ। ଏହାସହ କୋରାପୁଟରୁ ରାତ୍ରୀକାଳୀନ ରେଳ ଚଳାଚଳ, କୋରାପୁଟ-ଦିଲ୍ଲୀ ରେଳ ଚଳାଚଳର ଆରମ୍ଭ, ହାୱଡା-ଜଗଦ୍ଦଲପୁର ରେଳ ପୁନଃ ଚାଳଚଳ, ବାଇପାସ ନିର୍ମାଣ ଦିଗରେ ରହିଥିବା ସମସ୍ୟ ସାମାଧାନ, ବହୁ ପ୍ରତିକ୍ଷିତ ଜୟପୁର ମାଲକାନଗିରି, ଜୟପୁର ନବରଙ୍ଗପୁର ରେଳ ପ୍ରକଳ୍ପ ପରି ପ୍ରମୁଖ ପ୍ରକଳ୍ପ ଉପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ତେବେ ରେଳମନ୍ତ୍ରୀ ଆସିବାକୁ ରହିଥିବାବେଳେ ଏହି ପ୍ରକଳ୍ପ ଗୁଡିକର ଭାଗ୍ୟ ଖୋଲିବ ବୋଲି ଆଶ ପ୍ରକଟ ହୋଇଛି।
ସବୁଠୁ ବଡ କଥା ହେଲା ହାୱଡା-ଜଗଦ୍ଦଲପୁର ରେଳ ପ୍ରକଳ୍ପ ପୁଣି ଥରେ ଆରମ୍ଭ ହେବ କି ବୋଲି ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦୀର୍ଘଦିନ ବନ୍ଦ ହୋଇଥିବା ଏହି ପ୍ରକଳ୍ପ ପୁଣି ଥରେ ଆରମ୍ଭ ହେଲେ ଓଡ଼ିଶା-ଆନ୍ଧ୍ର ଓ ଛତିଡଗଡର ଅର୍ଥନୈତିକ ଉନ୍ନତି ଘଟିବା। ଏହାସହ କୋରାପୁଟ-ନୂଆଦିଲ୍ଲୀ ଭାୟା ରାୟପୁର ରେଳଚଳାଚଳ ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି। ଏହାସହ କୋରାପୁଟର ବହୁ ପ୍ରତିକ୍ଷିତ ବାଇପାସ ପ୍ରକଳ୍ପ ମଧ୍ୟରେ ଥିବା ଅନ୍ତାରାୟ ମଧ୍ୟ ହଟିବ ବୋଲି ଆଶା କରାଯାଉଛି। ଏନେଇ ବରିଷ୍ଠ ଅଧିକାରୀମାନେ ଆଲୋଚନ କରିଥିବା ଜଣାପଡିଛି।
The post ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ରେଳବାଇର ଉଚ୍ଚ କର୍ମଚାରୀ, ଖୋଲିବ କି ବିଭିନ୍ନ ପ୍ରକଳ୍ପର ଭାଗ୍ୟ? first appeared on Sambad.from ଜିଲ୍ଲା | Sambad https://ift.tt/3AH1Njq
0 Comments