ଭଞ୍ଜନଗର: ଚାଲିଛି ପବିତ୍ର ଶ୍ରାବଣ ମାସ। କରୋନା କଟକଣା ପରେ ଦେବାଳୟ ଗୁଡ଼ିକ ଖୋଲିଥିବାରୁ ବିଭିନ୍ନ ସ୍ଥାନରୁ ପାଣି ଉଠାଇ ମହାଦେବଙ୍କ ଉପରେ ଢାଳିବା ପାଇଁ କାଉଡିଆ ମାନେ ବାହାରିଲେଣି। ଧାରା ଶ୍ରାବଣର ବର୍ଷା ଧାରରେ ତାଳ ଦେଇ ମାନସିକ କରିଥିବା ଶିବାଳୟରେ ଚାଲିଚାଲି ଯାଇ ପାଣି ଢାଳିବା ପାଇଁ ବାହାରିଛନ୍ତି। କିନ୍ତୁ ଶ୍ରାବଣ ମାସରେ ବୈଶାଖ ମାସର ତାତି ଅନୁଭବ ହେଉଥିବା ବେଳେ ବିଭିନ୍ନ ଜଳାଶୟ ଓ ନଦୀଗର୍ଭ ଶୁଖିଲା ପଡିଛି। ଏହି ସମୟରେ ନଦୀସ୍ରୋତ ପ୍ରଖର ରହିଥିବାବେଳେ ନଦୀ ଗୁଡ଼ିକରେ ପାଣି କୂଳ ଲଙ୍ଘୁଥିଲା। କିନ୍ତୁ ବର୍ତ୍ତମାନର ଚିତ୍ର ଓଲଟା ନଦୀରେ ମୁଶ‌ଳ ଧାରାରେ ପାଣି ବୋହୁଥିବା ବେଳେ ସେଥିରୁ ପାଣି ସାଉଁଟି ଉଦ୍ଉଦିଆ ଟାଣ ଖରାରେ ମହାଦେବଙ୍କୁ ଜଳଲାଗି କରିବାକୁ ବାହାରୁଛନ୍ତି କାଉଡିଆ। ପାଣି ଢ଼ାଳି ନପାରିଲେ ପୁଣି  ଆଉ ବର୍ଷେ ଅପେକ୍ଷା କରିବାକୁ ପଡିବ।

Sambad

ଏନେଇ ଭଞ୍ଜନଗର ଆଖପାଖ ବହୁ ସ୍ଥାନରେ ନଦୀର ମିଳନ ସ୍ଥଳୀରୁ କାଉଡିଆ ମାନେ ଜଳ ଭାର ଆଣିବାରେ ଲାଗିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି କାନ୍ଧରେ ଭାର ନେଇ ଶିବାଳୟ ଅଭିମୁଖେ ଚାଲିଚାଲି ଯାଉଛନ୍ତି। ଦୂର ମନ୍ଦିରକୁ ଯାଉଥିବା କାଉଡିଆ ମାନେ ବହୁଦିନ ଆଗରୁ ସଂକଳ୍ପ କରି ଭାରରେ ପାଣି ଧରି ବାହାରି ପଡୁଛନ୍ତି। ଭଞ୍ଜନଗରର କମଳାବାଡି ବେଲଗୁଣ୍ଠାର ଆନିକଟ ଆଦି ନଦୀରୁ ପାଣି ଭାରରେ ଆଣି ବିଭିନ୍ନ ଶିବାଳୟରେ ଶ୍ରାବଣ ସୋମବାର ଦିନ ଜଳାଭିଷେକ କରୁଛନ୍ତି। କିନ୍ତୁ ନଦୀର ପାଣି ଅଭାବରେ କାଉଡିଆ ମାନଙ୍କୁ ପାଣି ସାଉଁଟି ପୂଜାର୍ଚ୍ଚନା କରି ବାହାରୁଥିବା ଦେଖିବାକୁ ମିଳୁଛି।

The post ଶ୍ରାବଣରେ ଶୁଖିଲା ପଡିଛି ନଦୀ, ସାଉଁଟା ପାଣିରୁ ଜଳାଭିଷେକ ପାଇଁ କାଉଡିଆଙ୍କ ପ୍ରୟାଶ first appeared on Sambad.

from ଜିଲ୍ଲା | Sambad https://ift.tt/3sgtXPh