ବୁଗୁଡ଼ା : ୮ ବର୍ଷର ପୁଅକୁ ଛାଡ଼ି ସମ୍ପର୍କୀୟକୁ ଦ୍ବିତୀୟ ବିବାହ କଲେ ମହିଳା। ବୁଗୁଡ଼ା ଥାନା ଇଲାକାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ମହିଳାଜଣକ ସପ୍ତାହେ ତଳେ ଜଣେ ଅବିବାହିତା ଯୁବକଙ୍କ ସହ ଫେରାର ହୋଇଯାଇଥିଲେ। ଏନେଇ ପରିବାରବର୍ଗଙ୍କ ଏତଲା କ୍ରମେ କେସ ନମ୍ବର ୨୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ବୁଗୁଡ଼ା ପୁଲିସ ଗତକାଲି ଉଭୟଙ୍କୁ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡ଼ିରୁ ଉଦ୍ଧାର କରି ଅଟକ ରଖିଥିଲାକ୍ଷ ତେବେ ମହିଳାଜଣକ ସ୍ୱାମୀଙ୍କ ପାଖକୁ ଯିବେ ନାହିଁ ବୋଲି ଜିଦ୍ କରିଥିଲେ। କୁଳସମାଜର ନିଷ୍ପତ୍ତି ଅନୁସାରେ ମହିଳାଜଣକ ସଂପୃକ୍ତ ଯୁବକଙ୍କୁ ବିବାହ କରିଥିଲେ। ୮ ବର୍ଷର ପୁଅ ତା””ବାପା ପାଖରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

The post ୮ ବର୍ଷର ପୁଅକୁ ଛାଡ଼ି ସମ୍ପର୍କୀୟଙ୍କୁ ଦ୍ବିତୀୟ ବିବାହ first appeared on Sambad.

from ଜିଲ୍ଲା | Sambad https://ift.tt/2WmspYj