କେନ୍ଦୁଝର : ଦିଲ୍ଲୀ ସରକାରଙ୍କ ପାଖରେ ବେଶ୍‌ ପତିଆରା ଅଛି। ୧୦ରୁ ୧୫ କୋଟି ଟଙ୍କାର ଠିକା କାମ ଦେବାର ପ୍ରଲୋଭନ ଦେଖାଇ ଦୁଇ ଜଣ ଠକ କେନ୍ଦୁଝର ସହରର ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କା ଠକି ନେଇଥିଲେ। ଏହି ଠକ ଦୁଇ ଜଣଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ସଦର ଥାନା ମନୋହରପୁର ରୁହନ୍ତି ସମୀର ରଂଜନ ପରିଡା। ସମୀର ଗତ କିଛି ମାସ ତଳେ ବାଲେଶ୍ୱର ସୋରୋ ଥାନା ଅଞ୍ଚଳର ବିଶ୍ବଜିତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ସମୀରଙ୍କୁ ଦିଲ୍ଲୀ ସରକାରଙ୍କ ଏକ ୧୦ରୁ୧୫ କୋଟି ଟଙ୍କାର ଟେଣ୍ଡର କାମ କରାଇଦେବାକୁ ଲୋଭ ଦେଖାଇଥିଲେ । ଲୋଭରେ ପଡି ସମୀର ତାଙ୍କ କହିବାମୂତାବକ କିଛି ଟଙ୍କ‌ା ଦେଇଥିଲ । ପରେପରେ ବିଭିନ୍ନ ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ ଏକ କୋଟି ଟଙ୍କା ନେଇଯାଇଥିଲେ । ତେବେ ଟଙ୍କା ଦେବାର ସାତ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଟେଣ୍ଡର କାମ ନମିଳିବାରୁ ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ତାଙ୍କୁ ଟେଣ୍ଡର ବାବଦରେ କହିଥିଲେ। କିନ୍ତୁ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ଟଙ୍କା ଫେରି ନ ପାଇବା କାରଣରୁ ସମୀର ଧୀରେ ଧୀରେ ମାନସିକ ଦୁଶ୍ଚିନ୍ତାରେ ବୁଡ଼ି ରହିଥିଲେ।

ତେବେ ଏ ସଂପର୍କରେ କେନ୍ଦୁଝର କାଶିପୁର ଠାରେ ରହୁଥିବା ସମୀରଙ୍କ ବଡଭାଇ ଜନ୍ମେଜୟ ପରିଡା କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଟାଉନ ପୁଲିସ ଥାନା କେସ ନଂ୨୯୪ ତା-୧୪/୮/୨୦୨୧ରେ ମାମଲା ରୁଜୁ କରି ସୋରୋ ଥାନା ପଥରପେଣ୍ଠା ଗ୍ରାମର ବିଶ୍ୱଜିତ ପଣ୍ଡା, ମାଣିତ୍ରୀର ରମେଶ ପାଢୀଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି। ସୋମବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

The post କୋଟିଏ ଟଙ୍କା ଠକେଇ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3xMA7aQ