
ଥୁଆମୂଳ ରାମପୁର : ଥୁଆମୂଳ ରାମପୁର ବ୍ଲକ୍ର ଅନେକ ଯୁବକ ଯୁବତୀ ଚାକିରି ପ୍ରଲୋଭନରେ ଠକାମୀର ଶିକାର ହୋଇ ଥାନାରେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁକନ୍ୟା ଶକ୍ତି ଚାରିଟେବୁଲ୍ ଟ୍ରଷ୍ଟ ନାମକ ବରଗଡ଼ର ଏକ ସଂଗଠନ ଥୁଆମୂଳ ରାମପୁର ବ୍ଲକ୍ରେ ମହିଳା ସଶକ୍ତୀକରଣ ଉପରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି। ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ଯୁବକ ଯୁବତୀଙ୍କଠାରୁ ୮ହଜାର ଟଙ୍କା ଲେଖାଏଁ ନିଆଯାଇଛି ବୋଲି ଅଭିଯୋଗ ହୋଇଛି।
ଶନିବାର ଏନେଇ ଟ୍ରଷ୍ଟରେ ନିଯୁକ୍ତ ହୋଇଥିବା ଅନେକ ଯୁବକ ଯୁବତୀ ମିଳିତ ଭାବେ ବିଡିଓଙ୍କ ପାଖରେ ଅଭିଯୋଗ ପାଇଁ ଯାଇଥିଲେ। କିନ୍ତୁ ଟ୍ରଷ୍ଟ ସମ୍ବନ୍ଧରେ କୌଣସି ସୂଚନା ନଥିବାରୁ ଅଭିଯୋଗ ଗ୍ରହଣ ହୋଇନଥିଲ। ପରେ ନ୍ୟାୟ ପାଇଁ ଥୁଆମୂଳ ରାମପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ବ୍ଲକ୍ରୁ ମୋଟ୍ ୫୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତ ହୋଇଥିବା ସୂଚନା ମିଳିଛି। ଥୁଆମୂଳ ରାମପୁର ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଛି।
The post ଚାକିରି ପ୍ରଲୋଭନ ଦେଇ ଟଙ୍କା ହଡ଼ପ! first appeared on Sambad.from ଜିଲ୍ଲା | Sambad https://ift.tt/3D68tt8
0 Comments