
ନୟାଗଡ଼: ମୁମ୍ବାଇ ବିମାନ ବନ୍ଦରରେ ବଲିଉଡ୍ ଷ୍ଟାର୍ ସଲମାନ୍ ଖାନ୍ଙ୍କୁ ଯାଞ୍ଚ ନିମନ୍ତେ ଅଟକାଇ ସିଆଇଏସ୍ଏଫ୍ ଯବାନ୍ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ିଥିବା ଚର୍ଚ୍ଚା ଜୋର୍ ଧରିଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ତେବେ ଅଡ଼ୁଆ ନୁହେଁ, ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ପ୍ରଶଂସା କରାଯିବା ସହିତ ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏ ନେଇ ସିଆଇଏସ୍ଏଫ୍ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ସୋମନାଥ ମହାନ୍ତିଙ୍କ ଘର ନୟାଗଡ଼ ବ୍ଲକ୍ ବାଲୁଗାଁ ପଞ୍ଚାୟତର ଘଣ୍ଟାସାହିରେ। ସେ ରାଜକିଶୋର ମହାନ୍ତିଙ୍କ ପୁଅ। ଗତ ୨୧ ତାରିଖରେ ସଲମାନ୍ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କୌଣସି ଏକ ଫିଲ୍ମର ସୁଟିଂ ନିମନ୍ତେ ରୁଷ୍ ଯାଉଥିଲେ। ତେବେ ବିମାନକୁ ଯିବା ପୂର୍ବରୁ ଯାତ୍ରୀଙ୍କୁ ଯାଞ୍ଚ୍ର ନିୟମ ରହିଛି। ସଲମାନ୍ ଏହାକୁ ଭୁଲିଯାଇ ବିମାନବନ୍ଦରକୁ ସିଧାସଳଖ ପଶିଯାଉଥିବା ବେଳେ, ତାଙ୍କୁ ସୋମନାଥ ବାଧା ଦେଇଥିଲେ। ସଲମାନ୍ ମଧ୍ୟ ଅଟକିଥିଲେ। ଯାଞ୍ଚ ପ୍ରକ୍ରିୟା ଶେଷ ପରେ ସଲମାନ୍ଙ୍କୁ ଛଡ଼ା ଯାଇଥିଲା।
The post ସଲ୍ମନ୍ ଖାନ୍ଙ୍କୁ ବିମାନବନ୍ଦରରେ ଅଟକାଇବା ଘଟଣା: କାର୍ଯ୍ୟାନୁଷ୍ଠାନ ନୁହେଁ, ସୋମନାଥଙ୍କୁ ପୁରସ୍କାର first appeared on Sambad.from ଜିଲ୍ଲା | Sambad https://ift.tt/3zmTNDY
0 Comments