
ବାଲେଶ୍ବର : ଝାଡ଼ଖଣ୍ତରେ ପ୍ରବଳ ବର୍ଷା ସାଙ୍ଗକୁ ଆଜି ଗାଲୁଡିହ ବ୍ୟାରେଜରୁ ୮ ହଜାର କ୍ୟୁସେକ ପାଣି ଛଡ଼ାଯିବାରୁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରାଜଘାଟଠାରେ ସତର୍କ ସଙ୍କେତ ୯. ୪୫ ମିଟର ଥିବା ବେଳେ ବିପଦସଙ୍କେତ ୧୦. ୩୬ ମିଟର ରହିଛି। ତେବେ ନଦୀର ଜଳପତ୍ତନ ବୃଦ୍ଧି ପାଇ ଆଜି ରାତି ୯ଟା ସୁଦ୍ଧା ରାଜଘାଟଠାରେ ୯. ୩୩ ମିଟର ଉପରେ ପ୍ରବାହିତ ହେଉଛି। ସକାଳା ସୁଦ୍ଧା ଏହା ସତର୍କ ସଙ୍କେତ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।
ଏହାର ପ୍ରଭାବରେ ତଳମୁଣ୍ତରେ ଥିବା ବାଲିଆପାଳ, ଭୋଗରାଇ ବ୍ଲକରେ ବନ୍ୟା ଆଶଙ୍କା ଦେଖା ଦେଇଛି। ସକାଳ ସୁଦ୍ଧା ନଦୀର ଜଳ କୂଳ ଲଂଘି ତଳିଆ ଅଞ୍ଚଳରେ ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି। ତେବେ ବନ୍ୟାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ତଳମୁଣ୍ତରେ ଥିବା ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣାଯାଇଛି।
The post ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା first appeared on Sambad.from ଜିଲ୍ଲା | Sambad https://ift.tt/3ykh3BN
0 Comments