ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା ପଞ୍ଚାୟତ ବଡ଼ସିମୁଳିଆ ଗ୍ରାମରେ ଶନିବାର ଜନୈକ ଯୁବ କଳାକାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ କଳାକାର ଜଣଙ୍କ ହେଲେ ଅଜିତ କୁମାର ମଣ୍ତଳ(୩୬)। ଅଜିତ ପେସାରେ ଜଣେ କଣ୍ଠଶିଳ୍ପୀ। ସେ ବିଭିନ୍ନ ମେଲୋଡି ଓ ଯାତ୍ରାପାର୍ଟିରେ ଗୀତ ଗାଇ ଜୀବିକା ନିର୍ବାହ କରୁଥିଲେ।

କରୋନା କଟକଣା ଯୋଗୁଁ ସେ ଗତ କିଛିମାସ ହେଲା କମର୍ଦ୍ଦା ଡାକ୍ତରଖାନାରେ ଠିକା ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇ ସନ୍ତାନ ଅଛନ୍ତି। ଶନିବାର ରାତ୍ରିରେ ଅଜିତ ଘରେ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ପାଖରେ ନପାଇ ଖୋଜିବା ବେଳେ ଘର ଓରାରେ ଅଜିତଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ତେବେ ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି। ଅଜିତଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ରଶି ଲଗାଇ ଯୁବ କଳାକାରଙ୍କ ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3lyeitl