
ଭୋଗରାଇ/ଚନ୍ଦନେଶ୍ୱର(୧) : ସମ୍ବାଦ ସାହିତ୍ୟଘର ଭୋଗରାଇ ପକ୍ଷରୁ ଆଜି ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁଶାନ୍ତ କୁମାର ଚାନ୍ଦ, ଶ୍ରଦ୍ଧାପୁର ସରପଞ୍ଚ ପଞ୍ଚାନନ କୁଣ୍ଡ, ସମାଜସେବୀ ହେମନ୍ତ ବେହେରା, ସନ୍ତୋଷ କୁମାର ଦାସ, ଶିକ୍ଷାବିତ ଶମ୍ଭୁନାଥ ଜେନା, ବରେନ୍ଦ୍ର ନାଥ ପ୍ରଧାନ, ଗୋପୀନାଥ ଜେନା, ପ୍ରଧାନଶିକ୍ଷକ ନୀଳାମ୍ବର ବେହେରା, ଦେବ କୁମାର ପାତ୍ର, ବିନୟ କୁମାର ମହାନା, ଶର୍ମିଷ୍ଠା ସୁର, କବିତା ମହାକୁଡ଼, ଉଦୟ ହରି ନାୟକ, ପ୍ରଦୀପ୍ତ କଟୁଆଳ, ଚନ୍ଦନ ଦାସ, ଦେବେନ୍ଦ୍ରନାଥ ନାୟକ, ଅନିଲ କୁମାର ମହାନ୍ତି, ବଂଶୀଧର ମହାନ୍ତି, ଦୀପକ ଭଞ୍ଜ, ଅମିୟ ପଟ୍ଟନାୟକ, ହରିପଦ ଜେନା, ପ୍ରଫୁଲ ଭଞ୍ଜ, ତପନ କୁମାର ପାତ୍ର, ବିନୋଦ ବେହେରା, ଶକ୍ତିପଦ ସୁର, ଗୌରହରି ମଣ୍ଡଳ, ହରେକୃଷ୍ଣ ମଣ୍ଡଳ, ୱାର୍ଡ ସଭ୍ୟ ରାଜୀବ ପ୍ରଧାନ, ବନମାଳୀ ସୁର, ରବୀନ୍ଦ୍ର ବେହେରା, ଅନିରୁଦ୍ଧ ଦିଣ୍ଡା, ମଦନ ସୁର, କାର୍ତ୍ତିକ ଦେ, ପ୍ରଦୀପ ପହରା, ହରିନାରାୟଣ ମହାନ୍ତି, ନିର୍ମଳ ଦାସମହାପାତ୍ର, ମୃଗାଙ୍କ ଦାସ, ଶିକ୍ଷକ ଶାଶ୍ଵତ କୁମାର ଜେନା, କାର୍ତ୍ତିକ ଚନ୍ଦ୍ର ପାତ୍ର ଓ ଫାର୍ମାସିଷ୍ଟ ଧନଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବାଦ ଭୋଗରାଇ ବ୍ଲକ ପ୍ରତିନିଧି ବିଶ୍ୱମ୍ବର ଦାସ, ଚନ୍ଦନେଶ୍ଵର ପ୍ରତିନିଧି ଜଗନ୍ନାଥ ଗିରି ଏବଂ ଭୋଗରାଇ ସାହିତ୍ୟଘରର ସମ୍ପାଦକ ସୁଶାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ପ୍ରକାରର ଶହେରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା।
The post ‘ସମ୍ବାଦ’ ସାହିତ୍ୟଘର ଭୋଗରାଇ ପକ୍ଷରୁ ବୃକ୍ଷରୋପଣ first appeared on Sambad.from ଜିଲ୍ଲା | Sambad https://ift.tt/3yLSgXB
0 Comments