ବ୍ୟାସନଗର : ବ୍ୟାସନଗର ସହରର ଦଳା ମାର୍କେଟରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାର ତଦନ୍ତ ପାଇଁ ଗ୍ରାହକମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ଦଳା ଗାଁର ସୁନିଲ ଦାସ ଦଳା ଛକ ମାର୍କେଟରେ ଥିବା ଏକ ଦୋକାନରୁ ୧୨ ଟି ଅଣ୍ଡା ନେଇଥିଲେ। ଘରେ ୨ଟି ଅଣ୍ଡା ଆମ୍‌ଲେଟ କରି ଖାଇବା ପରେ କିଛି ଅଣ୍ଡା ତରକାରୀ ପାଇଁ ସିଝେଇ ଥିଲେ। ଅଣ୍ଡା ଗୁଡ଼ିକ ଫାଟିଯାଇ ଗରମ ପାଣିରେ ଧଳାଧଳା ହୋଇ ଭାସିଥିଲା। ତାହା ପ୍ରକୃତ ଅଣ୍ଡା ନୁହେଁ ଭାବି ସୁନିଲ ସେଗୁଡ଼ିକୁ ଫଟେଇ ଦେଖିବା ବେଳକୁ ତାହା ଭିତରେ ଧଳା ରଙ୍ଗର କେଶର ବାହାରିଥିଲା। ତେଣୁ ଏହା ପ୍ଲାଷ୍ଟିକ ଅଣ୍ଡା ଭାବି ସୁନିଲ କିଣିଥିବା ଦୋକାନରେ ସମସ୍ତ ଅଣ୍ଡା ଫେରେଇ ଦେଇଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଅଣ୍ଡା ଗ୍ରାହକ ଯୋଗାଣ ବିଭାଗ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ‌ଏହି ଅଣ୍ଡା ଯୋଗାଇଥିବା ଗୋଦାମ ମାଲିକ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହାର ତଦନ୍ତ ପାଇଁ ଦାବି ହେଉଛି।

The post ବ୍ୟାସନଗରରେ ପ୍ଲାଷ୍ଟିକ ଅଣ୍ଡା! first appeared on Sambad.

from ଜିଲ୍ଲା | Sambad https://ift.tt/3CHAEys