
ବାରିପଦା :ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ତୁଳସୀଚୌରା ଅଞ୍ଚଳର ବିବାହିତ ମହିଳା ନିଖୋଜ ହୋଇଥିବାର ଟାଉନ ଥାନାରେ ଏତେଲା ଦେଇଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ ଗତ ବୁଧବାର ସକାଳ ୮ଟା ସମୟରେ ଘରେ କେହି ନଥିବା ସମୟରେ ଘରୁ ଗଗନ ବିହାରୀ ମହାନ୍ତଙ୍କ ସ୍ତ୍ରୀ ତନୁଶ୍ରୀ ବେହେରା(୩୧) କୁଆଡେ ପଳାଇଯାଇଛନ୍ତି। ଏନେଇ ଗଗନ ବିହାରୀ ଏବଂ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତନୁଶ୍ରୀଙ୍କୁ ନପାଇ ଶେଷରେ ହତାଶ ହୋଇ ବାରିପଦା ଟାଉନ ଥାନାରେ ଗୁରୁବାର ଦିନ ଦ୍ୱାରସ୍ଥ ହୋଇଥିଲେ।
ତେବେ ନିଖୋଜ ତନୁଶ୍ରୀଙ୍କ ସ୍ୱାମୀ ଗଗନ, ସହୃଦୟ ବ୍ୟକ୍ତି ତଥା ଖବର ଦାତାଙ୍କ ପାଇଁ ୩୦ହଜାର ଟଙ୍କା ସହ ରୌପ୍ୟ ପଦକ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ସମ୍ପୃକ୍ତ ନିଖୋଜ ବିବାହିତ ମହିଳାଙ୍କ ଖବର ପାଇ ସହୃଦୟ ବ୍ୟକ୍ତି ମହିଳାଙ୍କ ଭିଡିଓ କିମ୍ବା ଫୋଟ ଉଠାଇ ଯୋଗାଯୋଗ ନମ୍ବରରେ ଚିହ୍ନଟ କରିବା କିମ୍ବା ନିକଟସ୍ଥ ଥାନାରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଖବର ମିଳିଲେ ୯୮୬୧୦୯୭୫୮୦, ୯୩୩୭୪୧୬୨୭୮ ଏବଂ ୭୬୦୬୮୯୯୯୪୪ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।
The post ବିବାହିତ ମହିଳା ନିଖୋଜ : ସୂଚନାଦାତାଙ୍କ ପାଇଁ ୩୦ହଜାର ଟଙ୍କା ସହ ରୌପ୍ୟ ପଦକ ପୁରସ୍କାର ଘୋଷଣା କଲେ ସ୍ୱାମୀ first appeared on Sambad.from ଜିଲ୍ଲା | Sambad https://ift.tt/3ypPNSw
0 Comments