ସମ୍ବଲପୁର : ସୋମବାର ବି ହୀରାକୁଦ ବନ୍ଧର ୨ଟି ଗେଟ୍ ଖୋଲା ରହିଛି। ସୋମବାର ରାତି ୯ଟା ବେଳକୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇ ୬୦୯.୬୨ ଫୁଟ୍‌ରେ ପହଞ୍ଚିଛି। ସେହି ସମୟରେ ଜଳଭଣ୍ଡାରକୁ ୧,୦୪,୮୦୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୫୩,୭୬୭ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା।

ସେଥିରୁ ସ୍ପିଲ୍‌ୱେ’ର ୨ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ୨୯,୬୪୮ କ୍ୟୁସେକ୍ ନିଷ୍କାସିତ ହେଉଥିଲାବେଳେ ପାୱାର୍‌ ଚାନେଲ୍ ଦେଇ ୧୯,୯୨୮ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ୍‌କୁ ୩୧୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧.୫୪ ମିଲିମିଟର୍‌ ଓ ତଳ ମୁଣ୍ଡରେ ୩.୫୦ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ହୀରାକୁଦ ଜଳସ୍ତର ୬୦୯.୬୨ ଫୁଟ୍‌, ୨ ଗେଟ୍ ଖୋଲା first appeared on Sambad.

from ଜିଲ୍ଲା | Sambad https://ift.tt/3loHpyU