
ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥର ଗ୍ରାମର ଜନୈକ ଅସହାୟ ଗରିବ ପରିବାର ସଂପର୍କରେ ଅଗଷ୍ଟ ୯ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରସାରିତ ହୋଇଥିଲା। ଏହାର ମାତ୍ର ୨୪ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କୁ ବର୍ଲା ଭିମ୍ସାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପଣ୍ଡରିପଥର ଗ୍ରାମର ରବି ମୁଣ୍ଡା(୩୨) ଅତ୍ୟନ୍ତ ଗରିବ ଶ୍ରେଣୀର। ଘରେ ଝିଅ ଅଙ୍କିତା(୪) ଓ ପୁଅ ସୁମିତ(୨)ଙ୍କୁ ନେଇ ତାଙ୍କର ସଂସାର। ସ୍ତ୍ରୀ ଲକ୍ଷ୍ମୀ ମୁଣ୍ଡା(୨୭)ଙ୍କ ୬ ମାସ ପୂର୍ବେ ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ମୂଲ, ମଜୁରୀ ଲାଗି ୨ ଶିଶୁଙ୍କୁ ଚଳାଉଥିବା ରବି ୨ ମାସ ତଳେ ଅସୁସ୍ଥ ହୋଇ ପଡ଼ିଥିଲେ। କାମକୁ ବି ଯାଇ ପରି ନଥିଲେ। ଅର୍ଥା ଭାବରୁ ନିଜର ଚିକିତ୍ସା କରାଇ ପାରି ନଥିଲେ। ୪ ବର୍ଷର ଅଙ୍କିତା ଘର କାମ କରୁଥିଲା।
@CMO_Odisha @SecyChief @gapg_dept @MoSarkar5T @nabadasjsg @HFWOdisha @nhmodisha @PRDeptOdisha @rdmodisha @SSEPD2 @Food_Odisha @WCDOdisha @DmSambalpur
Honourable Sir, i kindly request to you please look into this matter and take to appropriate action. pic.twitter.com/l3x0PjEvJZ— RAJESH KUMAR BAGARTI (@rkb97official) August 9, 2021
ଏ ନେଇ ‘ସମ୍ବାଦ’ରେ ‘ସାପ କାମୁଡ଼ାରେ ମା ମୃତ, ଅଜଣା ରୋଗରେ ପୀଡ଼ିତ ବାପା’ ପ୍ରକାଶ ପାଇବା ପରେ ଜଣେ ସ୍ବେଚ୍ଛାସେବୀ ଏହି ଖବରକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ମୋ ସରକାର ୫-ଟି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ ବିଭାଗ ଆଦିକୁ ଟ୍ୟାଗ କରି ଟୁଇଟ୍ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତରଫରୁ ସମ୍ବଲପୁର ସିଡିଏମ୍ଓଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ତାଗିଦ ଆସିଥିଲା। ସମ୍ବଲପୁର ସିଡିଏମ୍ଓ ଶଶିଭୂଷଣ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ବାମରା ବିପିଏମ ଦମୟନ୍ତୀ ଭୋଇ, ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରୋଜାଲିନ ସାହୁ, ମେଲ ସୁପରଭାଇଜର କର୍ମା ଓରାମ ପ୍ରମୁଖ ମଙ୍ଗଳବାର ପଣ୍ଡରିପଥର ରବିଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପରୀକ୍ଷା ନିରୀକ୍ଷା କରିବା ପରେ ରବିଙ୍କ ଅବସ୍ଥା ଗୁରୁତର ଥିବା ଜାଣି ‘ବାମରା- ୨୦୨୦ ହେଲ୍ଥ କେୟାର’ ସହିତ ଆଲୋଚନା କରିଥିଲେ। ହେଲ୍ଥ କେୟାର ଉପଦେଷ୍ଟା ପ୍ରଶାନ୍ତ ଶତପଥୀ, ସାଧାରଣ ସଂପାଦକ ସନ୍ତୋଷ ଶୁକ୍ଳା, ଆବାହକ ଶୀତଲ ଜୈନ, ଗୋବିନ୍ଦପୁର ଇଓ ସୁଜିତ ନାୟକ, ଜିଆର୍ଏସ୍ ସୁଜିତ ପଟେଲ, ସ୍ବେଚ୍ଛାସେବୀ ମିଥୁନ ବାଡ଼ାଏକ, ବିନୟ ସିଂହ, ମୁନୁ ବାଘ, ୱାର୍ଡ ମେମ୍ବର କିଶୋର ପୂଝାରୀ ରବିଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିବ ସେ ବାବଦରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ରବିଙ୍କ ସହିତ ଜଣେ ଆଟେଣ୍ଡାଣ୍ଟ ବ୍ୟବସ୍ଥା ଓ ଯଥା ସମ୍ଭବ ଆର୍ଥିକ ସହାୟତା କରାଯାଇଥିଲା।
ଅନ୍ୟପଟେ ରବିଙ୍କ ୨ ଶିଶୁ ଅଙ୍କିତା ଓ ସୁମିତଙ୍କୁ ପଡ଼ୋଶୀମାନେ ନିଜ ଘରେ ରଖିବାକୁ ଇଚ୍ଛାପ୍ରକାଶ କରିବାରୁ ଉଭୟଙ୍କ ସେମାନଙ୍କ ତତ୍ତ୍ବାବଧାନରେ ଛାଡ଼ି ଦିଆଯାଇଛି। ଅପରାହ୍ଣରେ ରବି ବୁର୍ଲା ଡାକ୍ତରଖାନାରେ ପହଞ୍ଚିଥିବା ବେଳେ, ତାଙ୍କର ଚିକିତ୍ସା ତଥା ବିଭିନ୍ନ ପରୀକ୍ଷା ନିରୀକ୍ଷା ଆରମ୍ଭ କରାଯାଇଛି। ରବିଙ୍କ ଉତ୍ତମ ଚିକିତ୍ସା ନେଇ ସମ୍ବଲପୁର ସିଡିଏମ୍ଓ ଶଶିଭୂଷଣ ପଟେଲଙ୍କ ସହ କଥା ହେବାରୁ ସେ ଯଥା ସମ୍ଭବ ସମସ୍ତ ସରକାରୀ ସେବା ମାଗଣାରେ ଯୋଗାଇ ଦିଆଯିବ ବୋଲି କହିଥିଲେ।
The post ସମ୍ବାଦ ପ୍ରଭାବ: ଖବର ପ୍ରସାରଣର ୨୪ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ: ଶଯ୍ୟାଶାୟୀ ରବି ମୁଣ୍ଡା ବୁର୍ଲା ଭିମସାରରେ ଭର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3fTq8KC
0 Comments