
ଯାଜପୁରସଦର : ଯାଜପୁର ଟାଉନ ଥାନା ଚିତାଳୋ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଛାତ୍ରଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଅଧ୍ୟାପକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
କଲେଜର ଯୁକ୍ତ ତିନି ଶେଷବର୍ଷର ଛାତ୍ରଙ୍କୁ ଜଣେ ଅଧ୍ୟାପକ ଅଶାଳୀନ ମେସେଜ ଦେଉଥିଲେ। ସେହିପରି ଗତକାଲି ପ୍ରକାଶିତ ପଞ୍ଚମ ସେମିଷ୍ଟାର ପରୀକ୍ଷା ଫଳରେ ଆଶାନୁରୂପ ଫଳ ପାଇନଥିବା ଛାତ୍ର ଜଣକ ଏ ବାବଦରେ ଅଧ୍ୟାପକଙ୍କୁ ପ୍ରଶ୍ନ କରିବାରୁ ସେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଯାଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଂଜନ ଚକ୍ରଙ୍କ ନିର୍ଦେଶକ୍ରମେ କେସ ନଂ ୩୧୧/୨୧ ରୁଜୁ ହୋଇଛି। ଏସଆଇ ଦିଲୀପ କାଣ୍ଡି ସଂପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।
The post ଛାତ୍ରଙ୍କୁ ଅଶାଳୀନ ବ୍ୟବହାର, ଅଧ୍ୟାପକ ଥାନାରେ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3mMScE0
0 Comments