ଝାରସୁଗୁଡ଼ା: ଝାରସୁଗୁଡ଼ା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ଓଏସ୍ଏପି ଦ୍ବିତୀୟ ବାଟାଲିୟନ ପରିସରରେ ସମ୍ବାଦ ସାହିତ୍ୟ ଘର ସଂପାଦକ ଅକ୍ଷୟ ପତିଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମଉଦ୍‌ଯାପିତ ହୋଇଥିଲା। ଝାରସୁଗୁଡ଼ା ସମ୍ବାଦ ସାହିତ୍ୟ ଘର ସଦସ୍ୟ ମାନେ ଭାଷା, ସହିତ୍ୟ ସହିତ ପରିବେଶ ସୁରକ୍ଷା କାର୍ଯ୍ୟରେ ଗତ ତିନି ବର୍ଷ ହେଲା ଯୋଡ଼ି ହୋଇ ଯାଇଥିବା ସହିତ ବୃକ୍ଷରୋପଣ ଭଳି ଏକ ମହତ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଦୁର୍ଗପତି ଆଶିଷ ଦୁବେ, ଉପ-ଦୁର୍ଗପତି ଲକ୍ଷ୍ମଣ ସିଂ, ଉପ-ଦୁର୍ଗପତି ଭବାନୀ ଶଙ୍କର ସେଠ୍, ସହ-ଦୁର୍ଗପତି ଦିଲ୍ଲୀପ ସାହୁ, ସହ-ଦୁର୍ଗପତି ମାନ୍ଧାତା ସାଏ ଅତିଥି ଭାବରେ ଯୋଗଦାନ କରି ଓଏମ୍ପି ପରିସରରେ ବୃକ୍ଷରୋପଣ କରିଥିଲେ । ଏଥିରେ ସାହିତ୍ୟ ଘର ସଦସ୍ୟ ନିକୁଞ୍ଜ ବିହାରୀ ମିଶ୍ର, ଅଞ୍ଜଳୀପ୍ରଭା ପଟ୍ଟନାୟକ, ଅହଲ୍ୟ ନାଏକ, ସୁବ୍ରତ ତ୍ରିପାଠୀ, ମାନସୀ ପଣ୍ଡା, ନିମାଇଁ ଚରଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଝାରସୁଗୁଡ଼ା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସରବାହାଲ ଶିଶୁମନ୍ଦିର, ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ, ପୁରୁଣାବସ୍ତି ହାଇସ୍କୁଲ ଠାରେ ଚାରୋଟି ପର୍ଯ୍ୟାୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୫୩୦ ବୃକ୍ଷରୋପଣ କରାଯାଇଥିଲା।

The post ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ first appeared on Sambad.

from ଜିଲ୍ଲା | Sambad https://ift.tt/3AV2UMy