ଯାଜପୁରଟାଉନ/ସଦର : ଯାଜପୁରଟାଉନ୍‌ ଥାନା ଅନ୍ତର୍ଗତ ବିଚିତ୍ରପୁର ପଞ୍ଚାୟତ ସପ୍ତାଘର ସାମନା ପୋଖରୀରୁ ଏକ ମୃତଦେହ ଉଦ୍ଧାର କରାଯାଇଛି।ମୃତବ୍ୟକ୍ତି ପ୍ରୀତିପୁର ଅଞ୍ଚଳର କମଳା ଆଚାର୍ଯ୍ୟଙ୍କ ବଡ଼ପୁଅ ରୁଦ୍ରପ୍ରତାପ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

ଗୁରୁବାର ଅପରାହ୍ଣରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ଯାଜପୁର ଟାଉନ ଥାନାଧିକାରୀ ମାନସ ରଞ୍ଜନ ଚକ୍ର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ମୃତଦେହର ମୁହଁ, ମୁଣ୍ଡ ଓ ମୁଣ୍ଡ ପଛପଟରେ ଗଭୀର ଆଘାତ ଲାଗିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ କେହି ଦୁର୍ବୃତ୍ତ ରୁଦ୍ରପ୍ରତାପଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଥାନାଧିକାରୀ ଶ୍ରୀ ଚକ୍ରଙ୍କ ସମେତ ଏସଆଇ ଦିଲ୍ଲୀପ କୁମାର କାଣ୍ଡି, ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତ ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି। ପୁଲିସ ପକ୍ଷରୁ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।

The post ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ first appeared on Sambad.

from ଜିଲ୍ଲା | Sambad https://ift.tt/2UwGf9A