
ଯାଜପୁର/ବିଂଝାରପୁର/ସିଂହପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ପଞ୍ଚାୟତ ମନରେଗା ଦୁର୍ନୀତିକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ୪ ଦିନ ଧରି ଚାଲିଥିବା ଆମରଣ ଅନଶନରେ ଗୁରୁବାର ଅଜୟ ମଲିକ ଓ ଅଭିମନ୍ୟୁ ସାହୁ ଗୁରୁତର ହୋଇ ପଡିଛନ୍ତି। ଉଭୟଙ୍କୁ ପ୍ରଥମେ ବିଂଝାରପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି। ପ୍ରକାଶ ଯେ ପଞ୍ଚାୟତରେ ମନରେଗା ଯୋଜନା ଓ ମୋ ଗୁହାଳ ଯୋଜନାରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ହୋଇଛି।
ଗୁରୁବାର ଭାରପ୍ରାପ୍ତ ତହସିଲଦାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଅନଶନ ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନାହିଁ। ନବନିର୍ମାଣ କୃଷକ ସଂଗଠନର ବ୍ଲକ ସାଂଯୋଜକ ସନାତନ ସାହୁ, ଜିଲ୍ଲା କର୍ମକର୍ତ୍ତା ରବୀନ୍ଦ୍ର କୁମାର ଜେନା, ବଳରାମ ବଳ, ଉପେନ୍ଦ୍ର ରାଉତ, ଜ୍ଞାନେନ୍ଦ୍ର ବେଉରିଆ, ଭୁବନାନଦ ସାମଲ, ଗୋପାଳ ପ୍ରଧାନ, ବିଜୟ ସାମଲ, ଅମରେନ୍ଦ୍ର ସାମଲ, ଧନୀ ସାମଲ, ଅଜୟ ସେଠୀ ପ୍ରମୁଖ ଅନଶନକାରୀଙ୍କୁ ଭେଟି ନୈତିକ ସମର୍ଥନ ଜଣାଇଛନ୍ତି।
The post ସିଂହପୁର ପଞ୍ଚାୟତରେ ଅନଶନ ଚତୁର୍ଥ ଦିନରେ, ୨ ଗୁରୁତରଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର first appeared on Sambad.from ଜିଲ୍ଲା | Sambad https://ift.tt/2UyIrxt
0 Comments