
ଭୋଗରାଇ: ପଶ୍ଚିମବଙ୍ଗ ଦୀଘା ସ୍ଥିତ ଗଭୀର ସମୁଦ୍ର ମଧ୍ୟରୁ ଆଜି ଧୀବରଙ୍କ ଜାଲରେ ପଡ଼ିଛି ଦୁଇଟି ବିଶାଳକାୟ ଶଙ୍କର ମାଛ। ସୂଚନା ମୁତାବକ ଗତକାଲି ଦୀଘା ସମୁଦ୍ ରେ ଶ୍ରୀ ନାମକ ଏକ ଟ୍ରଲର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ୨ ଟି ଶଙ୍କର ମାଛ ପଡ଼ିଥିଲା। ଏଥିଭିତରୁ ଗୋଟିଏ ମାଛର ଓଜନ ୮କ୍ବିଣ୍ଟାଲ ହୋଇଥିବା ବେଳେ ଅନ୍ୟଟି ୪ କ୍ବିଣ୍ଟାଲ ହୋଇଥିବା ଜଣାପଡ଼ିଛି।
ଏହି ଦୁଇଟି ମାଛକୁ କୋଲକାତାର ସାନ ନାମକ କମ୍ପାନି ଓ ହୃଷିକେଶ ସାମଲ କମ୍ପାନି ସର୍ବମୋଟ ୬୫ ହଜାର ଟଙ୍କା ମୂଲ୍ୟରେ କିଣି ନେଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଦୀଘା ମୁହାଣରେ ଏଭଳି ଶଙ୍କର ମାଛ ପ୍ରଥମ ଥର ଧରା ଯାଇଥିବାରୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବା ବେଳେ ମସ୍ୟଜୀବୀମାନେ ଖୁସି ଥିବା ଜଣାପଡ଼ିଛି ।
The post ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଦୁଇ ବିଶାଳକାୟ ଶଙ୍କର ମାଛ first appeared on Sambad.from ଜିଲ୍ଲା | Sambad https://ift.tt/3mIPSxC
0 Comments