ଭବାନୀପାଟଣା: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ବାମୀ। ଗୁରୁତର ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେସିଙ୍ଗା ଥାନା ଧନରମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଅଞ୍ଚଳର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହାଣୀଙ୍କୁ ବିବାହ କରିଥିଲେ। ପ୍ରକାଶନୀଙ୍କ ବୟାନ ଅନୁଯାୟୀ ଗତକାଲି ରାତିରେ ସ୍ବାମୀ ଗଳାକାଟି ଦେବାରୁ ସେ ଅଚେତ ହୋଇ ପଡ଼ିଥିଲେ। ଆଜି ସକାଳୁ ପଡ଼ୋଶୀ ଉଦ୍ଧାର କରିଛନ୍ତି। ଆଜି ସକାଳୁ ପଡ଼ୋଶୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସ୍ବାମୀ ନିହାର ସାହାଣୀ ଫେରାର ରହିଥିବା ଜଣାଯାଇଛି।
The post ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ସ୍ବାମୀ ଫେରାର first appeared on Sambad.from ଜିଲ୍ଲା | Sambad https://ift.tt/3jqvAXy
0 Comments