
ବାରିପଦା: ବରିଷ୍ଠ ସାରସ୍ୱତ ସାଧକ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ଶୁଭାନ୍ୱେଷ” ଭର୍ଚ୍ୟୁଆଲ ପଦ୍ଧତିରେ ଉନ୍ମୋଚିତ ହୋଇଯାଇଛି। ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚର ସଭାପତି ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ, ମୁଖ୍ୟବକ୍ତା ଭାବେ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର ଯୋଗ ଦେଇଥିଲେ।
ପୂର୍ବରୁ ଶ୍ରୀ ମିଶ୍ରଙ୍କର ବହୁ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି। କିଶୋର ସାହିତ୍ୟ ଭିତ୍ତିକ ପୁସ୍ତକ “ଶୁଭାନ୍ୱେଷ” କବିଙ୍କର ଲେଖନୀର ପଦଯାତ୍ରା ସିରିଜର୍ ପଞ୍ଚଦଶ ସଙ୍କଳନ। କବିଙ୍କର ଏହି ୨୫ତମ ସୃଷ୍ଟି ସମସ୍ତଙ୍କ ଦ୍ୱାରା ଆଦୃତ ହେବ ବୋଲି ମତ ପ୍ରକାଶ ପାଇଥିଲା।
The post କବି ହରନାରାୟଣ ମିଶ୍ରଙ୍କ କବିତା ପୁସ୍ତକ ଶୁଭାନ୍ୱେଷ ଉନ୍ମୋଚିତ first appeared on Sambad.from ଜିଲ୍ଲା | Sambad https://ift.tt/2WdX1uQ
0 Comments