
ବାଲେଶ୍ବର: ବହୁଚର୍ଚ୍ଚିତ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ ମାମଲାରେ ଦୀର୍ଘଦିନରୁ ଫେରାର ଥିବା ଓଡ଼ିଶା ଶାଖାର ଆଞ୍ଚଳିକ ପରିଚାଳକ ବିକ୍ରମଜିତ୍ ଭୌମିକଙ୍କୁ ପଶ୍ଚିମବଙ୍ଗର ମଇନା ଅଞ୍ଚଳରୁ ଗିରଫ କରାଯାଇଛି। ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ଏକ ଟିମ୍ ଗତକାଲି ବିକ୍ରମଜିତଙ୍କୁ ଗିରଫ କରିବା ପରେ ଆଜି ପୂର୍ବାହ୍ନରେ ବାଲେଶ୍ବର ଓପିଆଡି କୋର୍ଟରେ ହାଜର କରିଥିଲା। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଯାଇଛି। ୨୦୧୩ ମସିହାରେ ରୋଜ୍ଭ୍ୟାଲି ସଂସ୍ଥା ବିରୋଧରେ ଆସିଥିଲା ବଡ଼ଧରଣର ଠକେଇ ଅଭିଯୋଗ।
ଜମାକାରୀଙ୍କୁ ଅଧିକ ଲାଭ ଦେବାକୁ ପ୍ରଲୋଭିତ କରି ୬ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା ଏହି ଚିଟ୍ଫଣ୍ଡ ସଂସ୍ଥା। ଏ ସଂକ୍ରାନ୍ତରେ କେସ୍ ନଂ ୧୫/୨୦୧୩ରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ୪୨୦, ୪୦୬, ୪୬୭, ଓପିଆଇଡିର ୪, ୫ ଓ ୬ ଦଫା ଲାଗିଥିଲା। ଏହା ପୂର୍ବରୁ ରୋଜଭ୍ୟାଲିର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତ ଗିରଫ ହୋଇଥିଲେ। ଏବେ ଗୌତମଙ୍କ ବିରୋଧରେ କୋର୍ଟରେ ବିଚାର ଚାଲିବ ବୋଲି ମାମଲା ପରିଚାଳନା କରୁଥିବା ବାଲେଶ୍ବରର ସରକାରୀ ଓକିଲ ସୁଲଳିତ କର ସୂଚନା ଦେଇଛନ୍ତି।
The post ଜେଲ୍ଗଲେ ରୋଜ୍ଭ୍ୟାଲିର ଓଡ଼ିଶା ମୁଖ୍ୟ, ପଶ୍ଚିମବଙ୍ଗର ମଇନାରୁ ଗିରଫ କଲା ଇଓଡବ୍ଲୁ ଟିମ୍ first appeared on Sambad.from ଜିଲ୍ଲା | Sambad https://ift.tt/3ChlPme
0 Comments