ରାଇରଙ୍ଗପୁର/ବାସିଙ୍ଗୀ/ବହଳଦା/ଗମ୍ଭାରିଆ : ସ୍ପଷ୍ଟ ଦିବାଲୋକରେ ଲୁଟେରାଙ୍କ ଶିକାର ହୋଇଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶିଲ କୁମାର ହାଁସଦା।

ସୂଚନା ମୁତାବକ, ଶ୍ରୀ ହାଁସଦା ଶନିବାର ଦିନ ପ୍ରାୟ ୧୧ଟା ବେଳକୁ ଗମ୍ଭାରିଆ ଗ୍ରାମରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କଠାରୁ ନଗଦ ୮୦ ହଜାର ଟଙ୍କା ଧରି ଏକ ସ୍କୁଟରରେ ନିଜ ଗାଁ ବ୍ରାହ୍ମଣବୋଷକୁ ଫେରୁଥିଲେ। ତେବେ ଘରକୁ ଯିବା ବାଟରେ ଏକ ନିଛାଟିଆ ସ୍ଥାନରେ ତିନି ଜଣ ଦୁର୍ବୃ୍ତ୍ତ ଏକ କଳା ରଙ୍ଗର ପଲସର୍ ବାଇକ୍‌ରେ ଆସି ଶ୍ରୀ ହାଁସଦାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପାଖରେ ଥିବା ୮୦ ହଜାର ଟଙ୍କା ଛଡ଼ାଇ ନେଇ ଦ୍ରୁତଗତିରେ ପଳାଇଥି‌ଲେ। ବହଳଦା ଡାକ୍ତରଖାନାରେ ଶ୍ରୀ ହାଁସଦା ଚିକିତ୍ସିତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦିନଦ୍ବିପ୍ରହରରେ ବାରମ୍ବାର ଏଭଳି ଲୁଟତରାଜ୍‌ ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳିଯାଇଛି। ଏ ନେଇ ବହଳଦା ଥାନା କେସ୍‌ ନଂ ୮୧/୨୧ରେ ଏକ ମାମଲା ରୁଜୁ ହୋଇଛି।

The post ପୂର୍ବତନ ବିଧାୟକଙ୍କଠାରୁ ୮୦ ହଜାର ଲୁଟ୍ first appeared on Sambad.

from ଜିଲ୍ଲା | Sambad https://ift.tt/3mHyz00