ନିରାକାରପୁର: ଦୀର୍ଘଦିନ ହେଲା ନିରାକାରପୁର ଥାନା ଅଧୀନସ୍ଥ ଖଜୁରୀପଡାସ୍ଥିତ ସରକାରୀ ଜମିରୁ ମାଙ୍କଡ଼ାପଥର ଏବଂ ମୋରମ ଚୋରା ଚାଲାଣ ହେଉଥିଲା। ଗୋଚର ଜମି ହେଉ କି ଜଙ୍ଗଲ ଜମି ମାଫିଆମାନେ ସ୍ପଷ୍ଟ ଦିବାଲୋକରେ ପ୍ରଶାସନ ଅଖିରେ ଧୂଳି ଦେଇ ଦୈନିକ ଶହଶହ ଗାଡ଼ିରେ ପଥର ଚୋରା ଚାଲାଣ କରୁଥିଲେ। ଖଣିମାଫିଆଙ୍କୁ ରୋକିବା ନିମନ୍ତେ ନିରାକାରପୁର ଥାନାଅଧିକାରୀଣି ଗିତାଞ୍ଜଳୀ ନାୟକଙ୍କ ନେତୃତ୍ବରେ ଆଜି ଚଢ଼ଉ କରାଯାଇଥିଲା।

ଚଢ଼ଉ ପୂର୍ବରୁ କୌଣସି ସୁତ୍ରରୁ ଖବର ପାଇ ମାଫିଆମାନେ ଗାଡ଼ି ଏବଂ ବ୍ୟବହୃତ କଟର୍‌ ମେସିନ୍ ଛାଡି ପଳାଇ ଯିବାରେ ସକ୍ଷମ ହୋଇଥିଲେ। ଫଳରେ ଘଟଣାସ୍ଥଳରୁ ୨ଟି ପାୱାର ଟିଲର୍‌, ୨ଟି ମିନିଟ୍ରକ୍ ଏବଂ ଗୋଟିଏ ଟ୍ରକ୍‌କୁ ପୁଲିସ ଜବତ କରିଛି। ଏନେଇ ୧୩୩/୨୧ରେ ନିରାକାରପୁର ଥାନାରେ ଏକ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରିରହିଛି। ଖଣି ମାଫିଆମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀଣୀ ସୂଚନା ଦେଇଛନ୍ତି। ଚଢ଼ଉ ବେଳେ ଥାନାର ସବ୍ ଇନ୍‌ସପେକ୍ଟର ବିଚିତ୍ରାନନ୍ଦ ପରିଡ଼ାଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

The post ଖଣିରେ ପୁଲିସ ଚଢ଼ଉ: ୨ ପାୱାର୍‌ଟିଲର୍‌, ୩ ଟ୍ରକ୍ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/37HtsUV