ସମ୍ବଲପୁର : ସୋମବାର ବରଗଡ଼ ସାଂସଦ ସୁରେଶ ପୂଜାରୀ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ବିଭିନ୍ନ ପ୍ରସଂଗରେ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କୁ ସଂସଦ ଭବନ ସ୍ଥିତ ତାଙ୍କ ପ୍ରକୋଷ୍ଠରେ ଭେଟି ଶ୍ରୀ ପୂଜାରୀ ରେଳବାଇ, ଟେଲିକମ୍ ଓ ଆଇଟି ସଂପର୍କିତ ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିଥିଲେ। ସେ ଓଡ଼ିଶା ଓ ବିଶେଷ କରି ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର ସମସ୍ୟା ଗୁଡ଼ିକ ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହାଛଡ଼ା ସଂସଦର ମୌସୁମୀ ଅଧିବେଶନ ପରେ ‌ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀକୁ ଆସି ଘଟଣାସ୍ଥଳରୁ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବାକୁ ସେ ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଆଲୋଚନା ହୋଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

The post ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ first appeared on Sambad.

from ଜିଲ୍ଲା | Sambad https://ift.tt/2VupPOY