
ଯାଜପୁରସଦର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଆସନ୍ତା ୪ ତାରିଖ ବୁଧବାର ଖୋଲିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲାର ଅନ୍ୟ ମନ୍ଦିରଗୁଡ଼ିକ ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି। କରୋନା କଟକଣା ପାଇଁ ମେ ୫ ତାରିଖରୁ ସରକାର ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖିଥିଲେ। ବର୍ତ୍ତମାନ ଲକ୍ଡାଉନ କୋହଳ ହୋଇଥିବା ବେଳେ ଜୀବନଜୀବିକାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବ କି ନାହିଁ, ସେ ସଂକ୍ରାନ୍ତ ନିଷ୍ପତ୍ତି ସଂପୃକ୍ତ ଜିଲ୍ଲାପାଳଙ୍କ ଉପରେ ସରକାର ନ୍ୟସ୍ତ କରିଥିଲେ। ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ନିର୍ଦେଶ ଅନୁସାରେ ଆସନ୍ତାକାଲି ଜିଲ୍ଲାର ତହସିଲଦାର ଓ ଆଇଆଇସିମାନେ ନିଜନିଜ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରକୁ ଯାଇ ସେଠାକର ପୂଜକ ଓ ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିବେ। କରୋନା କଟକଣା ପାଳନ କରିବାକୁ ବୁଝାଇବା ପାଇଁ କୁହାଯାଇଛି।
ଆଜି ସେବାୟତମାନେ ମୁକ୍ତିମଣ୍ଡପ ସେବାୟତ ପରିଷଦ ସଭାପତି ଦେବୀ ପ୍ରସାଦ ପାଣିଙ୍କ ପରାମର୍ଶରେ ମନ୍ଦିର ଖୋଲିବା ନିମନ୍ତେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ପରେ ଜିଲ୍ଲାପାଳ ମନ୍ଦିର ଖୋଲାଯିବାର ଅନୁମତି ଦେଇଛନ୍ତି। ଅନ୍ୟପଟେ ମା’ ବିରଜା ମନ୍ଦିରକୁ ରାଜ୍ୟ ତଥା ବାହାରୁ ଭକ୍ତ ଆସୁଥିବାରୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ଅନୁରୋଧ କରିଥିଲେ। ଆସନ୍ତା ଦିନେ/ଦୁଇଦିନ ମଧ୍ୟରେ ସେବାୟତମାନଙ୍କ କୋଭିଡ୍ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
The post ୪ରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର first appeared on Sambad.from ଜିଲ୍ଲା | Sambad https://ift.tt/3lsG1vd
0 Comments