ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ହାତୀ ଆତଙ୍କ ଯୋଗୁଁ ଚାଷୀମାନେ ନାକେଦମ ହେଲେଣି। ଲାଞ୍ଜିଗଡ଼ ବ୍ଲକ ପରେ ଏବେ ମଦନପୁର ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ନେଇ ଚାଷୀ ବେହାଲ ହୋଇପଡ଼ିଛନ୍ତି।

ମଦନପୁର ରାମପୁର ବ୍ଲକ ବାରବନ୍ଧା ପଞ୍ଚାୟତ ଅର୍ନ୍ତଗତ ଚୋଚୋବାହାଲି ଗ୍ରାମରେ ଗତକାଲି ରାତିରେ ୨୫ରୁ ୩୦ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି। ହାତୀ ପଲ ଚୋଚୋବାହାଲି ଗ୍ରାମର କୈଳାସ ମହାଖୁଡ଼ଙ୍କ ସାଢ଼େ ୪ ଏକର, ଯୋଗେଶ୍ବର ଗଡ଼ତିଆଙ୍କ ୮ ଏକର, ରାଜୁ ବାଗଙ୍କ ୩ ଏକର, କାଳିଆ ବାଗଙ୍କ ୨ ଏକର, ରଘୁ ଗଡ଼ତିଆଙ୍କ ୨ ଏକର, କୃଷ୍ଣ ଗଡ଼ତିଆଙ୍କ ୨ ଏକର, ନୀଳାଞ୍ଚଳ ଗଡ଼ତିଆଙ୍କ ୨ ଏକର, ନାରଦ ପରାଭୋଇଙ୍କ ୩ ଏକର, ଦୁଷ୍ଟଦଳନ ପ୍ରଧାନଙ୍କ ୩ ଏକର ସମେତ ବହୁ ଚାଷୀଙ୍କ ଧାନ ତଳି ଓ ବୁଣା ହୋଇଥିବା ଧାନ ନଷ୍ଟ କରିଛନ୍ତି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ବନ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ ହାତୀ ପଲ ଏକର ଏକର ଧାନ ଚାଷ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗର ଅବହେଳା ଯୋଗୁଁ କ୍ଷତି ପୂରଣ ପାଉନଥିବା ବେଳେ ବନ ବିଭାଗକୁ ଚାଷୀମାନେ ଖବର ଦେଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

The post ହାତୀ ଉପଦ୍ରବ, ଦଳିଦେଲେ ୬୦ ଏକରରୁ ଅଧିକ ଚାଷ ଜମି first appeared on Sambad.

from ଜିଲ୍ଲା | Sambad https://ift.tt/3B3SYAq