କେନ୍ଦୁଝର : ଘଟଗାଁ ରେଞ୍ଜ ଅର୍ଜୁନବିଲା ଗାଁ ନିକଟ ଏକ ବିଲରୁ ଶାଳକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୧୧ଏ-୫୪୪୨)କୁ ବନ ବିଭାଗ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ୧୪ ତାରିଖ ବିଳମ୍ବିତ ରାତିରେ ଘଟଗାଁ ସେକ୍ସନ ବନପାଳ ସନ୍ତୋଷ କୁମାର ପହି ଓ ପାରା ସ୍କ୍ୱାଡ୍‌ ଅର୍ଜୁନବିଲା ଗାଁରେ ଚଢ଼ଉ କରିଥିଲେ। ବିଲ ଭିତରୁ ଏକ ଚୋରାକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଥିଲେ। ଅନ୍ଧାର ସୁଯୋଗ ନେଇ ଡ୍ରାଇଭର ଓ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଜବତ ହୋଇଥିବା ୩ଟି ଶାଳଗଣ୍ଡିର ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଚଢ଼ଉରେ ବନପାଳ ସନ୍ତୋଷ ପହିଙ୍କ ସମେତ ବନରକ୍ଷୀ ମାଳତୀ ଗିରି, ଶ୍ରବଣ କୁମାର ପାତ୍ର ଓ ପାରା ସ୍କ୍ୱାଡ୍‌ କର୍ମଚାରୀ ସାମିଲ ଥିଲେ।

The post ଚୋରା କାଠ ବୋଝେଇ ଗାଡ଼ି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2W0M6on