ରୁପ୍ରା : କଳାହାଣ୍ଡି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବୁଧବାର ଅପରାହ୍ନରେ ନର୍ଲା ଚାରିଛକରୁ ଏକ ଶୋଭାଯାତ୍ରା କରାଯାଇ ଓଡ଼ିଶା ସରକାରର ଦୁର୍ନୀତି ବିରୋଧରେ ବିଭିନ୍ନ ନାରାବାଜି କରି ନର୍ଲା ଥାନା ସମ୍ମୁଖରେ ପହଞ୍ଚିଥିଲେ। ପରେ ବିକ୍ଷୋଭକାରୀ ମାନେ ନବୀନଙ୍କ ଫଟୋ ଦାହ କରି ପ୍ରତିବାଦ କରିଥିଲେ।

ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ବରିଷ୍ଠ କର୍ମକର୍ତ୍ତା ଭବାନୀଶଙ୍କର ସାହୁ, ଭବେନ୍ଦ୍ର ପଣ୍ଡା, ଅନିରୁଦ୍ଧ ପଧାନ, ପଦ୍ମଲୋଚନ ମିଶ୍ର, ବିଷ୍ଣୁ ବଡପଣ୍ଡା, ନିତ୍ୟାନନ୍ଦ ସାହୁ, ଦଳର ପୂର୍ବ ସାଧାରଣ ସମ୍ପାଦକ ପ୍ରତାପ ବାଗ, ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ ପ୍ରମୁଖ ସାମିଲ ଥିଲେ। ନର୍ଲା ଆଇଆଇସି ଅଭିଷେକ ପାଣିଗ୍ରାହୀ ଓ ସେକେଣ୍ଡ୍ ଅଫିସର ବିଡି ସାମଲ ବିକ୍ଷୋଭସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଥାନା ସମ୍ମୁଖରୁ ଦୂରେଇ ଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

The post ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ first appeared on Sambad.

from ଜିଲ୍ଲା | Sambad https://ift.tt/3fyNRjk