
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଗୋଇପିଟା ଗ୍ରାମର ହରିଜନପଡ଼ାରେ ଥିବା ଟ୍ରାନ୍ସଫର୍ମର ଖରାପ ହୋଇଥିବାରୁ ଲୋ ଭୋଲଟେଜ୍ ସମସ୍ୟା ରହୁଥିଲା। ଏନେଇ ଗ୍ରାମବାସୀମାନେ ବାରମ୍ବାର ବିଦ୍ୟୁତ ବିଭାଗକୁ ଟ୍ରାନ୍ସଫର୍ମର ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ଏହାପରେ ବି କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗୁରୁବାର ଯୁବ ଓ ଛାତ୍ର କଂଗ୍ରେସ ନେତୃତ୍ବରେ ଗ୍ରାମବାସୀମାନେ ଭବାନୀପାଟଣା ସହରସ୍ଥିତ ପୂର୍ବ ବିଦ୍ୟୁତ ଡିଭିଜନ୍ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଗେଟ୍ରେ ତାଲା ମାରିଥିଲେ। ଏନେଇ ଏକ ଦାବିପତ୍ର ବିଭାଗକୁ ଦିଆଯାଇଛି। ଆନ୍ଦୋଳନରେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମହମ୍ମଦ ସାହେବ, ବ୍ଲକ୍ ସଭାପତି ସୁଭାଷ ପ୍ରଧାନ, କଳାହାଣ୍ଡି ଦାୟିତ୍ବରେ ଥିବା ଛାତ୍ର କଂଗ୍ରେସ ପର୍ଯ୍ୟବେକ୍ଷକ ବିଭୂତି ଭୂଷଣ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ, କଂଗ୍ରେସ ନେତା ଦୟାନିଧି ନାଏକ ପ୍ରମୁଖ ସାମିଲ ହୋଇଥିଲେ।
The post ଟ୍ରାନ୍ସଫର୍ମର ପରିବର୍ତ୍ତନ ଦାବି ନେଇ ଉତ୍ତେଜନା: ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ମାରିଲା ଯୁବ କଂଗ୍ରେସ first appeared on Sambad.from ଜିଲ୍ଲା | Sambad https://ift.tt/3mhuWh1
0 Comments