ବାଲେଶ୍ବର : ଟାଉନ ଥାନା ଅଧୀନ ମିର୍ଜାପୋଖରୀ ଛକ ଠାରେ ଗତ ୧୩ ତାରିଖ ଦିନ ଦୁଇଜଣ ବ୍ୟାଙ୍କ କର୍ମଚାରୀଙ୍କୁ ୩ ଜଣ ଲୁଟେରା ମରଣାନ୍ତକ ଆକ୍ରମଣ କରିବା ସହ ୧୫ହଜାର ୨ଶହ ଟଙ୍କା ଛଡ଼ାଇ ନେଇଥିଲେ। ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଉକ୍ତ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ବଡ଼ନୂଆପୁର ଅଞ୍ଚଳର ଟାଙ୍ଗୁରୁ ଓରଫ୍‌ ଧର୍ମେନ୍ଦ୍ର ପରିଡ଼ା(୨୩), ଟାଉନ ଥାନା ଗୋପାଳଗାଁ ଅଞ୍ଚଳର ଛୋଟୁ ଓରଫ୍‌ ପ୍ରଭାତ ଜେନା(୨୦) ଏବଂ ଚୂନଭାଟି ଅଞ୍ଚଳର କହ୍ନେଇ ଓରଫ୍‌ ଗଜେନ୍ଦ୍ର ଦାସ(୨୫)। ଗିରଫ ବେଳେ ସେମାନଙ୍କ ଠାରୁ ୮ହଜାର ୫୦୦ ଟଙ୍କା, ଗୋଟିଏ ତେ‌ଲେଙ୍ଗାକଟୁରି, ୨ଟି ଭୁଜାଲି, ଗୋଟିଏ ବଜାଜ ପଲସର ବାଇକ(ଓଡି-୦୧ଏଲ-୨୫୩୫) ଏବଂ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି।

The post ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌ ଘଟଣା: ୩ ଲୁଟେରା ଗିରଫ; ବାଇକ୍‌, ମାରଣାସ୍ତ୍ର ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3ySfn2F