
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ରହିଥିବା ସହିଦ ସ୍ତମ୍ଭ ଏବଂ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଯୁବଗୋଷ୍ଠୀ, ମହିଳା ସଂଗଠନ ପକ୍ଷରୁ ଗୁଳିକାଣ୍ଡ ଦିବସ ପାଳନ କରାଯାଇଛି। ମାଲାକନଗିରିରେ ଉପସ୍ଥିତ ଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବୟନଶିଳ୍ପ ଓ ହସ୍ତତନ୍ତୁ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଗୋପାଳ ପଣ୍ଡା, ଜଗନ୍ନାଥ ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ସେହିପରି ମାଥିଲିର ବରିଷ୍ଠ ନେତାମାନଙ୍କ ମଧ୍ୟରେ ହଳଧର ପୂଜାରୀ, ସ୍ମୃତିରଂଜନ, ଘନଶ୍ୟମ ମାଡକାମୀ, କୁନାଲ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ଏକ ବିରାଟ ରାଲି ବାହାରି ମାଥିଲି ଥାନାରେ ପହଞ୍ଚିଥିଲା। ସେଠାରେ ଥିବା ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।
The post ମାଥିଲି ଗୁଳିକାଣ୍ଡ ଦିବସ ପାଳିତ first appeared on Sambad.from ଜିଲ୍ଲା | Sambad https://ift.tt/3j4BMEp
0 Comments