
ସମ୍ବଲପୁର : ଟାଉନ୍ ଥାନା ଅଧୀନ ଚେରୁଆପଡ଼ାରେ ଗୁରୁବାର ଦିନ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଭାଇଙ୍କ ସହ କିଛି ଯୁବକ ଆସି ଝଗଡ଼଼ା କରିଥିଲେ। ତାଙ୍କ ଭିତରୁ ଜଣେ ଯୁବତୀଙ୍କୁ ଓ ଅନ୍ୟ ଝିଅମାନଙ୍କୁ ଆଗରୁ ବହୁତ ଥର ଖରାପ ବ୍ୟବହାର ମଧ୍ୟ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।
ଗୁରୁବାର ଦିନ ୧୧ଟା ୩୦ ସମୟରେ ଯୁବତୀ ଓ ତାଙ୍କ ଭାଇ ଛିଡ଼ା ହୋଇଥିବା ବେଳେ ଉକ୍ତ ଯୁବକମାନେ ପାଟିତୁଣ୍ଡ କରିଥିଲେ ଏବଂ ପରେ ଏକ ଛୁରୀରେ ଯୁବତୀଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବାକୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଛୁରା ମାଡ଼ରେ ଯୁବତୀଙ୍କ ଭାଇଙ୍କ ଶରୀରର ଏକାଧିକ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯୁବତୀ ଜଣକ ପରେ ଟାଉନ୍ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।
The post ଚେରୁଆପଡ଼ାରେ ଛୁରା ମାଡ଼, ୩ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3mYc4Ec
0 Comments