ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା କମିସନର୍‌ କଲୋନି ଉଚ୍ଚବିଦ୍ୟାଳୟ ପଛପାଖ ଅଞ୍ଚଳରେ ଚାଲିଥିଲା କଫ୍‌ସିରପ୍‌ କାରବାର। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧନୁପାଲି ପୁଲିସ ପାଟ୍ରୋଲିଂ ଟିମ୍‌ ଉକ୍ତ ଅଞ୍ଚଳରେ ଚଢ଼ଉ କରିଥିଲା। ବିପୁଳ ପରିମାଣର କଫ୍‌ସିରପ୍‌ ଜବତ କରିବା ସହ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ସମୟରେ ବଡ଼ ଧରଣର କଫ୍‌ସିରପ୍‌ କାରବାର ଚାଲିଥିବା ନେଇ ଧନୁପାଲି ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଆଇ ଧର୍ମେନ୍ଦ୍ର ଭୁଏଙ୍କ ନେତୃତ୍ବରେ ପାଟ୍ରୋଲିଂ ଟିମ୍‌ କମିସନର୍‌ କଲୋନି ଉଚ୍ଚବିଦ୍ୟାଳୟ ପଛପାଖ ଅଞ୍ଚଳରେ ଚଢ଼ଉ କରିଥିଲା। ବୁର୍ଲା ଥାନା ପିଜି ଛକର ଗୋବର୍ଦ୍ଧନ କୁମ୍ଭାର(୩୨) ଓ ଜମନକିରା ଥାନା ବନ୍ଧବାହାଲର ରାମଚନ୍ଦ୍ର ବେହେରା(୩୨)ଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ପାଖରୁ ପୁଲିସ ୧୩୦ଟି କଫ୍‌ସିରପ୍‌ ବଲ୍‌, ୫ଟି ଖୋଲା କଫ୍‌ସିରପ୍‌ ବୋତଲ, ଗୋଟିଏ ଷ୍ଟ୍ରିପ୍‌ ଜେପ୍‌ଟ୍ରାଜ୍‌ ବଟିକା, ଗୋଟିଏ ନମ୍ବର ନଥିବା ହୋଣ୍ଡା ଆକ୍‌ଟିଭା(ଇଞ୍ଜିନ ନଂ-ଜେଏଫ୍‌ ୯୧ଇଜି ୧୨୧୬୬୭୩) ସାଙ୍ଗକୁ ନଗଦ ୧୪୫୦ ଟଙ୍କା ଜବତ କରିଛି।

The post କଫ୍‌ ସିରପ୍‌ କାରବାର, ୨ ଗିରଫ, ୧୩୦ କଫ୍‌ସିରପ୍‌ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3jCsFLG