
ବାଲେଶ୍ବର: ଟାଟା ପାୱାର ନର୍ଦନ ଓଡ଼ିଶା ଡିଭିଜନ ଲିମିଟେଡ୍(ଟିପିଏନଓଡିଏଲରେ ବିଭିନ୍ନ ପ୍ରକାର କାମ କରିବା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାରୁ ପ୍ରାୟ ୭୫୦ ଜଣ ଆଉଟ୍ ସୋର୍ସିଂ କର୍ମଚାରୀ ରହିଛନ୍ତି। ଏବେ ସେମାନଙ୍କ ଭବିଷ୍ୟତ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି। ଉକ୍ତ ୭୫୦ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ବି ଚାକିରିରୁ ବାହାର କରାଯିବ ନାହିଁ ଏବଂ ସେମାନଙ୍କୁ ନିୟମିତ କରିବା ପାଇଁ ଖୁବ ଅଳ୍ପଦିନ ମଧ୍ୟରେ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଏବଂ ମାନବ ସମ୍ବଳ ଅଧିକାରୀ ଶ୍ରୀବଲ୍ଲଭ ସିଂହ ସୂଚନା ଦେଇଛନ୍ତି।
ସୂଚନାଥାଉକି, ଆଜି ରେମୁଣାଗୋଲେଇ ସ୍ଥିତ ଟାଟା ପାୱାରର ଜୋନ୍ କାର୍ଯ୍ୟାଳୟରେ ସିଇଓ ଶ୍ରୀ ସରକାର ଏବଂ ଶ୍ରୀବଲ୍ଲଭ ସିଂହ ଦୀର୍ଘଦିନ ଧରି ଚାଲିଥିବା ଏହି ସଂସ୍ଥା ଅବ୍ୟବସ୍ଥିତ ହୋଇଯାଇଥିଲା। ଏବେ ଜନସାଧାରଣଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇଦେବାକୁ ସଂସ୍ଥା ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ବେଳେ କୌଣସି କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କିନ୍ତୁ କର୍ମଚାରୀଙ୍କ ନିଯୁକ୍ତିରେ କ୍ବାଲିଟିକୁ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।
The post ଆଉଟ୍ ସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରିବ ନାହିଁ ଟାଟା ପାୱାର first appeared on Sambad.from ଜିଲ୍ଲା | Sambad https://ift.tt/3yKgSyZ
0 Comments