
ବାଲିଅନ୍ତା: ବାଳକାଟି ଫାଣ୍ଡି ପୁଲିସ ଆଜି ଚୋରାମଦ ବିକ୍ରି ମାମଲାରେ ଦୋପଟି ସାହିର ଭରତ ସାହୁକୁ (୩୦) ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୋର୍ଟରେ ଭରତର ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭରତ ଠାରୁ ପୁଲିସ ଫ୍ରିଜ ଭର୍ତ୍ତି ୪୭ ଲିଟର ବିଭିନ୍ନ ବ୍ରାଣ୍ଡର ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଦୋପଟି ସାହିର ଭରତ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ସଂଧ୍ୟାରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଏବଂ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ସ୍ବାଇଁ ଭରତ ଘରେ ଅତର୍କିତ ଚଢ଼ଉ କରି ଯାଞ୍ଚ କରିବାରେ ଉପରୋକ୍ତ ପରିମାଣର ମଦ ମିଳିଥିଲା। ପୁଲିସ ଫ୍ରିଜ ସହିତ ଉକ୍ତ ମଦ ଜବତ କରିଥିଲା। ସୂଚନାଯୋଗ୍ୟ ଦୋପଟି ସାହିରେ ଆହୁରି ଏକାଧିକ ବ୍ୟକ୍ତି ଚୋରା ନିଶାଦ୍ରବ୍ୟ କାରବାର ଚଳାଇଥିବା ଅଭିଯୋଗ ହୋଇଛି।
The post ଫ୍ରିଜ ସମେତ ୪୭ ଲିଟର ଚୋରା ମଦ ଜବତ, ବେପାରୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3jFQiD6
0 Comments