
ମାଲକାନଗିରି: ନାମ ଫଳକ ଚକାଚକ୍, କିନ୍ତୁ ରାସ୍ତାରେ କାଦୁଅ ପଚପଚ। ଯାହାକୁ ପ୍ରତିବାଦ କରି ଗ୍ରାମବାସୀ ରାସ୍ତାରେ ଧାନ ଗଛ ରୋଇଥିଲେ। ଏମିତି ଚିତ୍ର ଦେଖିବାକୁ ମିଳିଛି ଖଇରପୁଟ ବ୍ଲକର ବାୟାଗୁଡା ରାସ୍ତାରେ। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗତ ଦୁଇବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ପିଚୁ ରାସ୍ତା କରାଯାଇଥିବା ବେଳେ ଏବେ ପିଚୁ ବଦଳରେ ହୋଇଯାଇଛି କାଦୁଅ ପଚପଚ ରାସ୍ତା। ଯାହାକି ସ୍ବାଭିମାନ ଅଂଚଳର ପାଦ ଦେଶରେ ରହିଛି। ତେଣୁ ଗ୍ରାମବାସୀ ଏଭଳି ନିମ୍ନମାନର ରାସ୍ତା କାମକୁ ପ୍ରତିବାଦ କରି ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ଗତ ଦୁଇବର୍ଷ ତଳେ ବ୍ରିଜ ଏଣ୍ଡ ରୁଫ ନାମକ ସଂସ୍ଥା ତରଫରୁ ଏହି ରାସ୍ତା କାମ କରାଯାଇଥିଲା। ମୁରୁମ ଉପରେ ପିଚୁ ଢାଳି ଏହି ରାସ୍ତା କାମ ସେତେବେଳେ କରାଯାଇଥିଲା।
ଯାହାକି ଗୋଟିଏ ବର୍ଷାରେ ଖରାପ ହୋଇ ଯାଇଥିଲା। ଏହାକୁ ଗତ ଦୁଇବର୍ଷ ହେଲା ଖଇରପୁଟ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ରାସ୍ତାକୁ ବିରୋଧ କରିବା ସହ ଆଜି ଏହି ରାସ୍ତାରେ ଗ୍ରାମବାସୀ ଧାନ ଗଛ ଲଗାଇ ଅଭିନବ ପ୍ରତିବାଦ କରିଛନ୍ତି। କୋଟିକୋଟି ଟଂକା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଗଲା ସତ କିନ୍ତୁ ଏହା କେତେ ନିମ୍ନମାନର ତାହା ନ ଦେଖିଲେ ବିଶ୍ବାସ କରିହେବ ନାହିଁ। ଏନେଇ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚୁପ ରହିଥିବା ବେଳେ ତୁରନ୍ତ ସରକାର ସଂପୃକ୍ତ ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
The post ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ଖଇରପୁଟ-ବାୟାପ଼ଡା ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3DEDqVH
0 Comments