କୋରାପୁଟ: କାହିଁକି ଦବିଲା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ରହିଥିବା ପେଡିସିଲ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ବ୍ରିଜ। କାହିଁକି ଏକାଧିକ ବିମ୍‌ରେ ଦେଖାଦେଲା ଫାଟ। ଏହାର ଯାଞ୍ଜ କରିଛନ୍ତି ଓସୱାନରୁ ଆସିଥିବା ଦୁଇ ବରିଷ୍ଟ ଇଞ୍ଜିନିୟର, ରାୟଗଡାରୁ ଆସିଥିବା ମାନ ନିରୂପଣ ବିଭାଗର ବରିଷ୍ଟ ଯନ୍ତ୍ରୀ ଓ କୋରାପୁଟ ରାସ୍ଥା ଓ ଗୃହ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଆସି ସମୀକ୍ଷା କରିଛନ୍ତି। ଏହାସହ ୩୦୦ ମିଟର ବିଶିଷ୍ଟ ଏହି ବ୍ରିଜର ସମୀକ୍ଷା କରିଛନ୍ତି। ଠାଏଠାଏ ବ୍ରିଜରୁ ନମୂନା ସଂଗ୍ରହ କରିଥିବା ଜଣାପଡିଛି। ତେବେ ୩ କୋଟି ୨୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବ୍ରିଜ କାହିଁକି ତିନିମାସ ବି ଗଲାନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ପୂର୍ବରୁ ରହିଥିବା ନିର୍ବାହୀଯନ୍ତ୍ରୀ ଓ ଏବେ ବିଭାଜନର ଯନ୍ତ୍ରୀଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଠାରୁ ୨କିଲୋମିଟର ଦୂରରେ ଥିବା ନବ ନିର୍ମିତ ପେଡିସିଲ ସେତୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଦଶମନ୍ତପୁର ବ୍ଲକବାସୀ। ତିନିବର୍ଷ ପୂର୍ବେ ପିଡବ୍ଲୁଡି ପକ୍ଷରୁ ୩କୋଟି ୨୦ଲକ୍ଷ ଟଙ୍କାରେ ଏହି ସେତୁ ନିର୍ମାଣ କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ଗତବର୍ଷ ଜୁଲାଇ ମାସରେ ବ୍ରିଜରେ ଫାଟ ଦେଖାଯିବା ସହ ଦବି ଯାଇଥିଲା। ଯାହାଦ୍ୱାରା ସେହିଦିନ ଠାରୁ ବ୍ରିଜ ଉପରେ ଯାନବାହାନ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ବ୍ରିଟିଶ ଅମଳର ବ୍ରିଜ ଲୋକ ମାନଙ୍କର ସାହା ଭରଷା ହୋଇଥିବା ବେଳେ ସେହି ବ୍ରିଜର ଦୁଇପାର୍ଶ୍ବ ମଧ୍ୟ ବର୍ଷା ଦିନରେ ଧୋଇ ହୋଇଯାଉଛି। ତେଣୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Sambad

ବ୍ରିଜ ଦବିବାର ବର୍ଷ‌େ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ବିଳମ୍ବରେ ପଦକ୍ଷେପ ନିଆଯାଇଛି। ନିମ୍ନମାନର କାର୍ଯ୍ୟ କରିଥିବା ଉକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତେବେ ୩ କୋଟି ୨୦ ଲକ୍ଷ ଟଙ୍କାର ବ୍ରିଜ ତିଆରି କରାଯାଇଥିବାବେଳେ କାହିକି ମାତ୍ର ୩ତିନି ମାସ ବ୍ୟବହାର ଯୋଗ୍ୟ ହୋଇପାରିଲାନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଦଶମନ୍ତପୁର ପରି ପାହାଡିଆ ନଦୀ ପ୍ରବାହିତ ହେଉଥିବାରୁ ପ୍ରତିବର୍ଷ ବନ୍ୟା ଆସିଥାଏ। ଚଳିତବର୍ଷ ବର୍ଷା ଅଭାବରୁ ନଦୀରେ ପାଣି ନଥିବାରୁ ଏହି ସେତୁର କିଛି ହୋଇନି। ଯଦି ବର୍ଷା ହୋଇଥାନ୍ତା ତେବେ ଏହି ସେତୁର କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି।

The post ପେଡିସିଲ ସେତୁର ସମୀକ୍ଷା ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3jFpQJD