ରାୟଗଡ଼ା : ଅପରେସନ୍ ଗ୍ରିନ୍ ଗୋଲଡ୍ ଅଭିଯାନରେ ରାୟଗଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ଚନ୍ଦ୍ରପୁର ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୫ ମାଫିଆଙ୍କୁ ଆଜି ପୁଲିସ୍ ଗିରଫ କରିଛି। ଗିରଫ ମାଫିଆଙ୍କ ନିକଟରୁ ନଗଦ ୩୨ ଲକ୍ଷ ଟଙ୍କା ସହ ୬୦ କେଜି ଗଞ୍ଜେଇ, ୨ଟି ବାଇକ୍ ଜବତ ହୋଇଛି। ଗିରଫ ମାଫିଆଙ୍କ ମଧ୍ୟରେ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ରାକେଟର ମୁଖ୍ୟ ସୋନପୁର ଜିଲ୍ଲା ତରଭା ଅଞ୍ଚଳର ଆନନ୍ଦ ମିଶ୍ର ଓ ଚନ୍ଦ୍ରପୁର ବ୍ଲକ୍‌ ହନୁମନ୍ତପୁରର ସୁନୀଲ ବଳିଆର ଥିବା ପୁଲିସ୍ ସୂଚନା ଦେଇଛି।

ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁଯାୟୀ, ଚନ୍ଦ୍ରପୁର ଅଞ୍ଚଳରୁ ଆବଶ୍ୟକ ପରିମାଣର ଗଞ୍ଜେଇ ନ ମିଳିବା ପରେ ଗଜପତି ଜିଲ୍ଲାର ଅଡ଼ବାରୁ ଏକ ପିକଅପ୍ ଭ୍ୟାନ୍ ଯୋଗେ ଗଞ୍ଜେଇ ଆଣିବାକୁ ଯୋଜନା କରିଥିଲେ ମାଫିଆ। ପୁଲିସ ସୂଚନା ପାଇ ଅଡ଼ବାରୁ ଗଞ୍ଜେଇ ପିକଅପ୍ ଭ୍ୟାନ୍ ଆସିବା ପୂର୍ବରୁ ପୁଲିସ୍ ମାଫିଆଙ୍କୁ ଗିରଫ କରିବା ସହ ୩୨ ଲକ୍ଷ ଟଙ୍କା ଜବତ କରିଛି।

The post ଗଞ୍ଜେଇ ‘କିଙ୍ଗ୍‌ ପିନ୍‌’ ଆନନ୍ଦ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3t9dxZp