ଭୁବ‌ନେଶ୍ବର: ଓଳାଭର ଯୁବକ ସଂଘ ପକ୍ଷରୁ ଗୁରୁଦିବସ ଅବସରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ହାଡ଼, ଗଣ୍ଠି, ବାତରୋଗ ବିଶେଷଜ୍ଞ ଡ଼ଃ. ଅଭିମନ୍ୟୁ ମଢ଼ୁଆଳଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ‌ରେ ମୁଖ୍ୟଅତିଥି ଭାବେ ବଳରାମପୁର ସରପଞ୍ଚ ସୁବଳ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଓଳାଭର ଗ୍ରାମ ସରପଞ୍ଚ ସ୍ମିତିକା ପରିଡ଼ା ଉପସ୍ଥିତ ରହିଥିବାବେଳେ ଓଳାଭର ଯୁବକ ସଂଘ ସମ୍ପାଦକ ଶ୍ରୀନିବାସ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଭାପତି ପ୍ରଫୁଲ୍ଲ କୁମାର ପୃଷ୍ଟି, ଅଜୟ ପୃଷ୍ଟି, ଭୀମସେନ ସାମଲ, ଗିରିଜା ପ୍ରସାଦ ସାହୁ, ରୋହିତ ବେହେରା ସହଯୋଗ କରିଥିବାବେଳେ ଶିବିରରେ ମୋଟ୍‌  ୧୬୦ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

The post ଓଳାଭର ଯୁବକ ସଂଘ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର first appeared on Sambad.

from ଜିଲ୍ଲା | Sambad https://ift.tt/3yRFLc5