
ସମ୍ବଲପୁର : ଏ ପିଜିଟିଭ୍ ରକ୍ତ ପାଇଁ ୨୫୦୦ ଟଙ୍କା। ଛତିଶଗଡର ଜଣେ ଅସହାୟ ମହିଳାଙ୍କ ଫାଇଦା ଉଠାଇବାକୁ ଯାଇ ସରୋଜ ଭୋସାଗର ନାମକ ଦଲାଲ୍ ଏ ପଜିଟିଭ୍ ରକ୍ତ ଯୋଗାଡ଼ କରିବାକୁ ୨୫ ଶହ ଟଙ୍କା ମାଗିଥିଲେ। ବୁର୍ଲା ରକ୍ତ ଭଣ୍ଡାରର ରାମଦାସ ପଣ୍ଡା ଏହା ଜାଣିବା ପରେ ତୁରନ୍ତ ଏ ନେଇ ବୁର୍ଲା ଥାନାକୁ ଜଣାଇଥିଲେ। ବୁର୍ଲା ପୁଲିସ ମଧ୍ୟ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସରୋଜକୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ ମହିଳାଙ୍କ ସ୍ବାମୀ ଟିବିରେ ଆକ୍ରାନ୍ତ ହୋଇ କିଛିଦିନ ହେବ ଭିମ୍ସାର୍ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏ ପଜିଟିଭ୍ ରକ୍ତ ଦରକାର ଥିଲା। ମହିଳା ଜଣକ ଏହି ରକ୍ତ ଖୋଜୁଥିବା ବେଳେ ଦଲାଲ୍ ସରୋଜ ହାବୁଡରେ ପଡ଼ିଥିଲେ। ତେବେ ବୁର୍ଲା କିର୍ବା ଅଞ୍ଚଳର ସରୋଜ ସହ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଥିବା କହିଛି।
The post ପୁଣି ଭିମ୍ସାର୍ରୁ ଦଲାଲ୍ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3CLb1Mx
0 Comments