
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇଛନ୍ତି ବଜ୍ରକାପ୍ତା ଚୋରା ବେପାରୀ। ଆଜି ବାଲିଗୁଡ଼ା ବନବିଭାଗ କର୍ମଚାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ଛଦ୍ମ ବେଶରେ ବେପାରୀ ଦଳ ସାଜି ଏକ ବଡ଼ ବଜ୍ରକାପ୍ତା ଜବତ କରିବା ସହ ରାକେଟ୍ରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛନ୍ତି।
ବାଲିଗୁଡ଼ା ଥାନା ଅଧୀନ ମିଡ଼ିଆକିଆ ଅଞ୍ଚଳରେ ଜଣେ ଲୋକ ବଜ୍ରକାପ୍ତା ଚୋରା କାରବାର କରୁଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ବନ ବିଭାଗ କର୍ମଚାରୀମାନେ ପୂର୍ବ ପ୍ରସ୍ତୁତି ପ୍ରକାରେ ବେପାରୀ ବେଶ ଧାରଣ କରି ବଜ୍ରକାପ୍ତା କାରବାର କରୁଥିବା ବ୍ୟକ୍ତି ପାଖରେ ପହଞ୍ଚିଥିଲେ। ସେମାନେ ବଜ୍ରକାପ୍ତା କିଣିବାର ଇଛା ପ୍ରକାଶ କରିଥିଲେ। ବ୍ୟକ୍ତି ଜଣକ ଛଦ୍ମ ବେଶରେ ଥିବା ବନ କର୍ମଚାରୀଙ୍କୁ ଚିହ୍ନି ନପାରି ଏକ ବଜ୍ରକାପ୍ତା ଦେଖାଇଥିଲା। ଏହି ସମୟରେ ପ୍ରସ୍ତୁତ ଥିବା ଅନ୍ୟ ବନ କର୍ମଚାରୀ ଉକ୍ତ ଲୋକକୁ ମାଡ଼ି ବସିବା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ କାବୁ କରି ନେଇଥିଲେ। ଘଟଣା ସ୍ଥଳରୁ ବଜ୍ରକାପ୍ତା ସହ ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।
ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୧୦୫ ସେଣ୍ଟିମିଟର ଏବଂ ଓଜନ ୧୦ କିଲୋରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଗିରଫମାନେ ହେଲେ ମହାସିଙ୍ଗିର ମହାଦେବ ବେହେରଦଳାଇ, ପାରିଗଡ଼ର ଭୀମସେନ ବଡ଼ସେଠ, କ. ନୁଆଗାଁର ସୁକଦେବ ଦିଗାଳ ଓ ଟିକାବାଲି ପଣସପଦରର ସୀତାଂଶୁ ମୁଖୀ।
The post ବଜ୍ରକାପ୍ତା ରାକେଟ୍ ଠାବ, ୪ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2WHbJun
0 Comments