କଟକ : ଆୟ ବହିର୍ଭୂତ ସ˚ପତ୍ତି ଠୁଳ ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପୂର୍ବତନ ଡିଏସ୍‌ପି ଶ୍ରୀକାନ୍ତ କୁମାର ମିଶ୍ରଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ଇ)ରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ।

ସମ୍ବଲପୁର ଠାରେ ହୋମ୍‌ଗାର୍ଡ ଡିଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ମିଶ୍ରଙ୍କ ବି‌ରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ସମ୍ବଲପୁର  ଭିଜିଲାନ୍ସ ଥାନାରେ ୨୦୦୬, ଜୁଲାଇ ୧୫ରେ ମାମଲା ରୁଜୁ ହୋଇଥିଲା।  ପୂର୍ବତନ ଡିଏସ୍‌ପି ପ୍ରବୀଣ କୁମାର ଦାଶ ଘଟଣାର ତଦନ୍ତ କରୁଥିବା ବେଳେ ପବ୍ଲିକ୍ ପ୍ରସିକ୍ୟୁଟର୍‌ (ପିପି) ବୀରେନ କୁମାର ପଣ୍ଡା ଅଦାଲତରେ ମାମଲା ପରିଚାଳନା କରୁଥିଲେ।

The post ଆୟ ବହିର୍ଭୂତ ସଂପତ୍ତି ମାମଲା: ପୂର୍ବତନ ଡିଏସ୍‌ପିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3jA8eyJ