ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ବଡ଼କୁମଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଟାକୋଟ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ପୋଟାକୋଟ ଗ୍ରାମର ଅଭି ପାଇକ (୭୨) ଦିନ୨ଟା ସମୟରେ  ଗାଈ ଚରେଇବା ପାଇଁ ଗ୍ରାମ ନିକଟସ୍ଥ ଖାଲି ପଡିଆକୁ ଯାଇଥିଲେ। ଏହି ସମୟରେ ହଠାତ ମହୁମାଛି ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲେ। ସେହିବାଟ ଦେଇ ବାଇକରେ ଯାଉଥିବା ଜଣେ ଅଜଣା ବ୍ୟକ୍ତି ପୋଟାକୋଟ ଗ୍ରାମବାସୀଙ୍କୁ ଜଣାଇଥିଲା। ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳ ପହଞ୍ଚି ଅଭିକୁ ଉଦ୍ଧାର କରିଥିଲେ। ମହୁମାଛି ତାଙ୍କ ଶରୀର ଓ ମୁହଁରେ କାମୁଡି ଆଘାତ କରିଛନ୍ତି। ଗ୍ରାମବାସୀ ତୁରନ୍ତ ଏକ ଅଟୋ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା  ସୂଚନା ମିଳିଛି।

The post ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3ioVtpR